Latest Odisha News

ସାତ ଦିନରେ କରୋନାରେ ୬ ହଜାର ମୃତ, ୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ: ଆମେରିକା ଓ ବ୍ରାଜିଲ ପରେ ବିଶ୍ୱରେ କରୋନା ପ୍ରଭାବିତ ତୃତୀୟ ଦେଶ ଭାରତ । ଜୁଲାଇ ପରେ ଅଗଷ୍ଟରେ ଡେଇଁ ଚାଲିଛି ଭାଇରସ୍ । ଯଦିଓ ସୁସ୍ଥତା ହାର ଭଲ ରହିଛି, ତଥାପି ସଂକ୍ରମଣରେ ବ୍ରେକ ଲାଗି ପାରୁନି । ଗତ ୨୪ ଘଣ୍ଟାରେ ରେକର୍ଡ ହଜାରେରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ସାତ ଦିନରେ ୪ ଲକ୍ଷ ପଜିଟିଭ୍
ଗତ ସପ୍ତାହରେ ଦେଶରେ ଦେଖିବାକୁ ମିଳିଛି କରୋନା ଝଡ଼ । ଅଗଷ୍ଟ ୩ରୁ ୯ ତାରିଖ ଭିତରେ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ଡରାଇବା ଭଳି ରହିଥିଲା । ସପ୍ତାହେ ଭିତରେ ଚିହ୍ନଟ ହୋଇଛନ୍ତି ୪ ଲକ୍ଷ ନୂଆ ଭୂତାଣୁ ସଂକ୍ରମିତ । ଗତ ୨୪ ଘଣ୍ଟାରେ ୬୧ ହଜାର ୬୪ ନୂଆ ପଜିଟିଭ୍ ବାହାରିଛନ୍ତି ।

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର ପାର କରିଛି । ଜୁଲାଇ ୨୭ରୁ ଅଗଷ୍ଟ ୨ ତାରିଖ ସପ୍ତାହରେ ଦେଶରେ କରୋନା ସଂକ୍ରମିତ ହୋଇଥିଲେ ୩ ଲକ୍ଷ ୭୦ ହଜାର । ତାପୂର୍ବ ସପ୍ତାହରେ ଏହି ସଂଖ୍ୟା ଥିଲା ୩ ଲକ୍ଷ ୨୦ ହଜାର ।

ସାତ ଦିନରେ ୬ହଜାର ମୃତ
ଅଗଷ୍ଚ ୩-୯ ତାରିଖ ଭିତରେ ଦେଶରେ କରୋନା ନେଇଛି ୬ ହଜାର ୨୭୯ ମୁଣ୍ଡ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ହଜାରେ ପାର କରିଛି । ତାପୂର୍ବ ସପ୍ତାହରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଥିଲା ୫ ହଜାର ୩୪୫ । ଅର୍ଥାତ୍ ଗତ ସପ୍ତାହରେ ମୃତ୍ୟୁହାର ପାଖାପାଖି ୧୫ ପ୍ରତିଶତ ଅଧିକ ରହିଛି ।

ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ ଆଜି ରାଜ୍ୟରେ ସଂକ୍ରମଣ ବଢୁଛି । ସେହିପରି ଟେଷ୍ଟିଂ କ୍ଷମତା ବି ବୃଦ୍ଧି କରାଯାଇଛି । ବର୍ତ୍ତମାନ ଦେଶରେ ପାଖାପାଖି ୫ ଲକ୍ଷ କୋଭିଡ୍ ଟେଷ୍ଟ କରାଯାଉଛି ।

Leave A Reply

Your email address will not be published.