Latest Odisha News

BREAKING NEWS

ୱେଲକମ୍ ଟୁ ଓଡ଼ିଶା: ‘ବିଶ୍ୱ ପର୍ଯ୍ୟଟନ ଦିବସ’ରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ବିଶ୍ୱର ପର୍ଯ୍ୟଟକମାନଙ୍କୁ ଓଡ଼ିଶା ଭ୍ରମଣରେ ଆସିବାକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି ।

ଏହି ଅବସରରେ ଏକ ଭିଡ଼ିଓ କ୍ଲିପ ମାଧ୍ୟମରେ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱଳ୍ପ ଅବଧିର ଏହି ଭିଡ଼ିଓଟିରେ ଓଡ଼ିଶାର ନୈସର୍ଗିକ ପ୍ରାକୃତିକ ସୌନ୍ଦଯ୍ୟ, କଳା ଓ ସ୍ଥାପତ୍ୟ ତଥା ନଦୀ-ନାଳ ଝରଣାର ଅପୂର୍ବ ଶୋଭାରାଜି ରହିଛି ।

ଏଥିରେ ରହଛି ବିଶ୍ୱ ପସିଦ୍ଧ ନୀଳାମ୍ବୁ ଚିଲିକାର ଅପୂର୍ବ ଶୋଭା, ପୁରୀ ଶ୍ରୀମନ୍ଦିର, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର, ପ୍ରାଚୀନ ଖଣ୍ଡଗିରି ଗୁମ୍ପାର ଦୃଶ୍ୟାବଳୀ ସହିତ ପ୍ରାକୃତିକ ସବୁଜିମାର ଗନ୍ତାଘର ଭିତରକନିକା ଜାତୀୟ ଅଭୟାରଣ୍ୟର ଦୃଶ୍ୟ ।

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଅନେକ ବାଲୁକା କଳା ମଧ୍ୟ ଏହି ସୁନ୍ଦର ଭିଡ଼ିଓଟିରେ ସ୍ଥାନ ପାଇଛି ।

ମିଳିତ ଜାତିସଂଘ ପର୍ଯ୍ୟଟନ ସଂସ୍ଥା (ୟୁଏନଡ଼ବ୍ଲ୍ୟୁଟିଓ) ୧୯୮୦ ମସିହାରୁ ସେପ୍ଟେମ୍ବର ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ରୂପେ ପାଳନ କରିଆସୁଛି ।

Comments are closed.