କୋଲାକାତା: ପଶ୍ଚିମବଙ୍ଗ ଶାସକ ଦଳର ସାଂସଦ ତଥା ଟିଏମସିର ଦ୍ୱିତୀୟ ନେତା କୁହାଯାଉଥିବା ଅଭିଷେକ ବାନାର୍ଜୀଙ୍କ ମନ୍ତବ୍ୟକୁ ବିରୋଧ । ରାଜରାସ୍ତାରେ ଖେଳଣା ବନ୍ଧୁକ ଧରି ବିଜେପି କଲା ପ୍ରତିବାଦ। ନବାନ୍ନା ଅଭିଯାନ କାର୍ଯ୍ୟକ୍ରମରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏହାକୁ ନେଇ ଅଭିଷେକ ବାନାର୍ଜୀ କହିଥିଲେ, ଯଦି ସେ ପୋଲିସ ହୋଇଥାନ୍ତେ ନବାନ୍ନ କାର୍ଯ୍ୟକ୍ରମ ବେଳେ ସେ କର୍ମୀଙ୍କ ମୁଣ୍ଡରେ ଗୁଳି ମାରିଥାନ୍ତେ। ପରେ ଏହି ମନ୍ତବ୍ୟକୁ ନେଇ ବିଜେପି କର୍ମୀମାନେ ପଶ୍ଚିମବଙ୍ଗ ସାରା ବିରୋଧ ପ୍ରଦର୍ଶନ କରିଥିଲେ। ଏହାପରେ ଅଭିଷେକ ବାନାର୍ଜୀଙ୍କ ‘ମୁଣ୍ଡରେ ଗୁଳି’ ମନ୍ତବ୍ୟକୁ ବିରୋଧ କରି ବିଜେପି କର୍ମୀମାନେ ଖେଳନା ବନ୍ଧୁକ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି।
ପଶ୍ଚିମବଙ୍ଗ ସରକାରଙ୍କ ଦୁର୍ନୀତି ଅଭିଯୋଗରେ ମଙ୍ଗଳବାର କୋଲକାତାରେ ଦଳର ବିରୋଧ ପ୍ରଦର୍ଶନ ବେଳେ ବିଜେପି କର୍ମୀମାନେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଟିଏମସିର ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଯଦି ସେ ପୋଲିସର ଜୋତାରେ ସେ ଥାଆନ୍ତି, ତେବେ ସେ ‘ନବାନ୍ନ ଅଭିଜାନ’ ବିରୋଧ ପ୍ରଦର୍ଶନ ସମୟରେ ବିଜେପି କର୍ମୀଙ୍କୁ ଗୁଳି କରିଥାନ୍ତେ।
ସେପ୍ଟେମ୍ବର 13ରେ ଟିଏମସି ବିରୋଧରେ ବିଜେପିର ରାଲିରେ ଆହତ ହୋଇଥିବା ଆସିଷ୍ଟାଣ୍ଟ ପୋଲିସ କମିଶନର୍ (ଏସିପି) ଦେବଜିତ୍ ଚାଟାର୍ଜୀଙ୍କୁ ଦେଖା କରିବାକୁ ଯାଇ ଅଭିଷେକ ବାନାର୍ଜୀ କୋଲକାତାର ଏସଏସକେ ହସ୍ପିଟାଲ ବାହାରେ ଗଣମାଧ୍ୟମକୁ ଏହା କହିଥିଲେ।
ଶୁକ୍ରବାର ଟିଏମସି ନେତାଙ୍କ ମନ୍ତବ୍ୟକୁ ନେଇ ଖେଳନା ବନ୍ଧୁକ ସହିତ ବିଜେପି ବିରୋଧ କରିଥିଲା। ଅନ୍ୟପଟେ ପଶ୍ଚିମବଙ୍ଗ ହାଇକୋର୍ଟ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି। କେଉଁ ପରିସ୍ଥିତିରେ ଆନ୍ଦୋଳନକାରୀଙ୍କୁ ଗିରଫ କରାଗଲା ଏବଂ ଅଟକ ରଖାଗଲା ସେ ନେଇ ରିପୋର୍ଟ ଦେବାକୁ କହିଛନ୍ତି। ସେହିପରି ପଶ୍ଚିମବଙ୍ଗ ସରକାର କୋର୍ଟରେ କହିଛନ୍ତି, ରାଜ୍ୟର ସରକାରୀ ସମ୍ପତ୍ତି ଆନ୍ଦୋଳନ ବେଳେ ଅନେକ ନଷ୍ଟ ହୋଇଛି।
Comments are closed.