Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ବୋମା ବିସ୍ଫୋରଣ, ୫ ଗୁରୁତର ଆହତ

କୋଲକାତା: ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଯାଇଛି। କିନ୍ତୁ ଏହାରି ଭିତରେ ପଶ୍ଚିମବଙ୍ଗରେ ବିସ୍ଫୋରଣ ଘଟିଛି। ଦକ୍ଷିଣ ୨୪ ପରଗଣାର ଭାଙ୍ଗର ଅଞ୍ଚଳରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଆଇଏସଏଫର ଜଣେ ପଞ୍ଚାୟତ ସଦସ୍ୟଙ୍କ ସମେତ ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ପୋଲିସ ସୂତ୍ରରୁ ପ୍ରକାଶ ଯେ ସୋମବାର ରାତିରେ କୋସିପୋର ଥାନା ଅଧୀନରେ ଥିବା ଚଲତାବେରିଆରେ ଏକ ବୋମା ବିସ୍ଫୋରଣ ଘଟିଛି। ବେଆଇନ ଦେଶୀ ବୋମା ତିଆରି କାମ ଏଠାରେ ଚାଲିଥିଲା। ଏହି ବିସ୍ଫୋରଣରେ ୫ ଜଣ ଗୁରୁତର ହୋଇଛନ୍ତି। ପ୍ରାରମ୍ଭରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କୋଲକାତାର ଏସଏସକେଏମ ଡାକ୍ତରଖାନାକୁ ପଠାଯାଇଛି।

ଘଟଣା ସ୍ଥଳରେ କୋଲକାତା ପୋଲିସ ମୁତୟନ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
ବେଙ୍ଗଳା ପୋଲିସ କହିଛି ଯେ ବୋମା ତିଆରି ବେଳେ ଏହି ବିସ୍ଫୋରଣ ଘଟିଛି। ସମସ୍ତ ଆହତ ଏସଏସକେଏମ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ କହିଛି ଯେ ପୂର୍ବରୁ ଯାଦବପୁର ନିର୍ବାଚନମଣ୍ଡଳୀ ଭାଙ୍ଗରରେ ଜୁନ୍ ୨ ତାରିଖରେ ମତଦାନ ବେଳେ ହିଂସା ହୋଇଥିଲା।

Leave A Reply

Your email address will not be published.