Latest Odisha News

BREAKING NEWS

ମମତା ସରକାରଙ୍କ ବଡ ଆକ୍ସନ, କୋଲକାତା କାଣ୍ଡର ୨୬ଦିନ ପରେ ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ୍‌ କଲେ ସରକାର

କୋଲକାତା: ନିଲମ୍ବିତ ହେଲେ ଆର୍‌ଜି କର ହସ୍ପିଟାଲ୍‌ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ୍‌ କଲେ ପଶ୍ଚିମବଙ୍ଗ ସରକାର । ସନ୍ଦୀପଙ୍କ ବିରୋଧରେ ଫୌଜଦାରୀ ମାମଲା ଚାଲିଥିବାରୁ ତାଙ୍କୁ ସସ୍‌ପେଣ୍ଡ୍‌ କରିଛନ୍ତି ସରକାର । ତେବେ ଦୁର୍ନୀତି ମାମଲାରେ ଗତକାଲି ସନ୍ଦୀପଙ୍କୁ ଗିରଫ କରିଥିଲା ସିବିଆଇ ।

ହସ୍ପିଟାଲରେ ସମ୍ଭାବ୍ୟ ଅର୍ଥ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା । ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି ଆଜି ସିବିଆଇ ସନ୍ଦୀପଙ୍କୁ ଗତକାଲି ଗିରଫ କରିଥିଲା ସିବିଆଇ ।

ସୂଚନାଯୋଗ୍ୟ, ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗଷ୍ଟ ୯ରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରୟଙ୍କୁ ଗିରଫ କରିଛି ସିବିଆଇ ।

ତେବେ ଏହି ଘଟଣାରେ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆଣିଥିଲେ ମେଡିକାଲ କଲେଜର ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତର ଅଲ୍ଲୀ । ସେନେଇ ଦୁଷ୍କର୍ମ ଓ ହତ୍ୟା ଘଟଣା ସହ ଆର୍ଥିକ ଦୁର୍ନୀତିର ମଧ୍ୟ ଖୋଳତାଡ଼ କରୁଥିଲା ସିବିଆଇ ।

Comments are closed.