Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି, ପୋଲିଂ ଏଜେଣ୍ଟ ମୃତ

କୋଲକାତା: ଚାଲିଛି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ। ନିର୍ବାଚନ ପାଇଁ ସକାଳୁ ଆରମ୍ଭ ହୋଇଛି ମତଦାନ। ସେପଟେ କିନ୍ତୁ ପଶ୍ଚିମବଙ୍ଗରେ ଦେଖାଯାଇଛି ନିର୍ବାଚନୀ ହିଂସା । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଲେ ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ । ସେହିପରି ମୁଶିଦାବାଦ ଜିଲ୍ଲା ଡୋମକଳର ୮ ନମ୍ବର ବୁଥରେ କଂଗ୍ରେସ କର୍ମୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଟିଏମସି କର୍ମୀ ଗୁରୁତର ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି। ସେପଟେ ପୁଣି ପଶ୍ଚିମବଙ୍ଗରେ ଦେଖାଯାଇଛି ନିର୍ବାଚନୀ ହିଂସା । କୋଚବିହାର ଫାଲିମାରିରେ ଥିବା ମତଦାନ କେନ୍ଦ୍ରରେ ଭଙ୍ଗାରୁଜା ହୋଇଛି । ଏମିତିକି ଉତ୍ତ୍ୟକ୍ତ ଲୋକେ ବୁଥରେ ନିଆଁ ଲଗାଇବା ସହ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ଜଣେ ପୋଲିଂ ଏଜେଣ୍ଟ (ମାଧବ ବିଶ୍ବାସ) ପ୍ରାଣ ହରାଇଛନ୍ତି । ସେହିପରି ମୁଶିଦାବାଦ ଜିଲ୍ଲା ଡୋମକଳର ୮ ନମ୍ବର ବୁଥରେ କଂଗ୍ରେସ ଓ ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହିଂସା ହୋଇଛି । ଦୁଇ ଜଣ ଟିଏମସି କର୍ମୀ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ ଜଣ ଟିଏମସି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଓ କେନ୍ଦ୍ରୀୟ ବାହିନୀ ଯବାନ ।

ଆପଣଙ୍କୁ କହିରଖୁଛୁ ଯେ, ଗତ ଜୁନ୍‌ ୮ରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରଠାରୁ ଆଜି ପର୍ଯ୍ୟନ୍ତ ନିର୍ବାଚନୀ ହିଂସାରେ ମୋଟ ୨୦ ଜଣଙ୍କର ମୃତ୍ୟୁ ହୋଇସାରିଛି। କଡ଼ା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ୨୨ଟି ଜିଲ୍ଲାର ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ଲାଗି ଆରମ୍ଭ ହୋଇଛି ଭୋଟ ଗ୍ରହଣ। ୫ କୋଟି ୬୭ ଲକ୍ଷ ଭୋଟର ନିର୍ଦ୍ଧାରଣ କରିବେ ଭାଗ୍ୟ। ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଫଳାଫଳ ଆସନ୍ତା ଜୁଲାଇ ୧୧ ତାରିଖରେ ଘୋଷଣା ହେବ।

Leave A Reply

Your email address will not be published.