Latest Odisha News

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆ ‘ଓମିକ୍ରନ୍‌’, ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାର ଆଉ ଏକ ପଡୋଶୀ ରାଜ୍ୟରେ ପଶିଲା ଓମିକ୍ରନ୍‌ । ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ଓମିକ୍ରନ୍‌ର ପ୍ରଥମ ମାମଲା । ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ଛୁଆ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି । ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଛୁଆ ପରିବାର ଲୋକଙ୍କ ସହ ଆବୁଧାବିରୁ ହାଇଦ୍ରାବାଦ ଫେରିଥିଲା।

BjdElectrycity

ସଂକ୍ରମିତ ୭ ବର୍ଷୀୟ ଛୁଆକୁ ଚିକିତ୍ସା ପାଇଁ ଏବେ ମୁର୍ଶିଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଛୁଆର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆବୁଧାବିରୁ ପରିବାର ସହ ଭାରତ ଫେରିବା ପରେ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଥିଲା। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଏଥିରେ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି।

ବର୍ତ୍ତମାନ ଯାଏଁ ଭାରତର ୧୦ଟି ରାଜ୍ୟରୁ ମୋଟ ୬୫ଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି ।

Leave A Reply

Your email address will not be published.