Latest Odisha News

BREAKING NEWS

ସ୍ୱଦେଶ ଫେରିବା ଆରମ୍ଭ କଲେ ୱେଷ୍ଟଇଣ୍ଡିଜ ଖେଳାଳି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ଶେଷ ହୋଇଯାଇଛି । ଟିମ ଇଣ୍ଡିଆ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ମାର୍ଚ୍ଚ ୧ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । ୱେଷ୍ଟଇଣ୍ଡିଜ ପରାଜିତ ହୋଇ ସେମିଫାଇନାଲ ଦୌଡରୁ ବାଦ ପଡିଥିଲା । ଇତି ମଧ୍ୟରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ କରିଥିଲେ । ଜବାବ କାର୍ଯ୍ୟାନୁଷ୍ଠାନରେ ଇରାନ ମଧ୍ୟ ଆକ୍ରମଣ କରିଥିଲା । ଏଥିଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ୱେଷ୍ଟଇଣ୍ଡିଜ ଟିମ ଭାରତରେ ଫସି ରହିଥିଲେ । ଆଇସିସି ଚାର୍ଟର ବିମାନର ବ୍ୟବସ୍ଥା କରିବ ବୋଲି ଆଶ୍ୱସନା ଦେଇଥିଲେ ମଧ୍ୟ ଏଥିରେ ବିଳମ୍ବ ହୋଇଥିଲା ।

ଏବେ ୱେଷ୍ଟଇଣ୍ଡିଜ ବୋର୍ଡ ଖେଳାଳିମାନଙ୍କ ପାଇଁ କର୍ମଶିଆଲ ଫ୍ଲାଇଟ ଟିକେଟ ବୁକ କରିଥିଲା । ଏବେ ଖେଳାଳିମାନେ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ଆରମ୍ଭ କରିଛନ୍ତି । ଦକ୍ଷିଣ ଆଫ୍ରିକା ଟିମ ଏବେ ବି ଭାରତରେ ଅଛନ୍ତି । ମାର୍ଚ୍ଚ୪ରୁ ସେମାନେ ଏଠାରେ ଫସି ରହିଛନ୍ତି । ଇଂଲଣ୍ଡ ଟିମ ମାର୍ଚ୍ଚ ୫ରେ ଖେଳା ଯାଇଥିବା ସେମିଫାଇନାଲ ପରେ ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ଫେରି ଯାଇଥିଲେ । ଆଇସିସି ଖେଳାଳିମାନଙ୍କୁ ସ୍ୱଦେଶ ପଠାଇବା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.