ନୂଆଦିଲ୍ଲୀ: ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ଫଲୋଅନ ଦେଇଛି । ଭାରତର ପ୍ରଥମ ଇନିଂସ ସ୍କୋର ୫୧୮ ରନ ଜବାବରେ ୱେଷ୍ଟଇଣ୍ଡିଜ ୨୪୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତର ପ୍ରଥମ ଇନିଂସ ସ୍କୋରଠାରୁ ଭ୍ରମଣକାରୀ ଦଳ ୨୭୦ ରନ ପଛରେ ରହିଛି । ଟିମ ଇଣ୍ଡିଆର କୂଲଦୀପ ଯାଦବ ୫ଟି ୱିକେଟ ଅକ୍ତିଆର କରି ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ରବୀନ୍ଦ୍ର ଜାଡେଜା ୩ଟି ଏବଂ ମହମ୍ମଦ ସିରାଜ, ଯଶପ୍ରୀତ ବୁମରାହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଆଲେକ ଆନ୍ଥେଜା ସର୍ବାଧିକ ୪୧ ରନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଟାଗେନାରିନ ଚନ୍ଦରପାଲ(୩୪), ସାଇ ହୋପ(୩୬) ଓ ଆଣ୍ଡରସନ ଫିଲିପ (୨୪ ନଟଆଉଟ)ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଫିଲିପ୍ସ ୯୩ ବଲର ସମ୍ମୁଖୀନ ହୋଇ ୨୫ ରନ କରିଥିଲେ । ୨ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ଟେଷ୍ଟରେ ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ରହିଛି । ମ୍ୟାଚର ତୃତୀୟ ଦିବସରେ ୱେଷ୍ଟଇଣ୍ଡିଜର ଫଲୋଅନ ହୋଇଥିବାରୁ ଏହି ମ୍ୟାଚର ଫଳାଫଳ ଭାରତ ସପକ୍ଷରେ ଯିବା ଅନୁମାନ କରାଯାଉଛି ।
Comments are closed.