ଭୁବନେଶ୍ୱର: ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛନ୍ତ ପଶ୍ଚିମବଙ୍ଗ ଫେରନ୍ତା । ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି । ସେହିପରି ଆଜି ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ ।
ତେବେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ସତର୍କ କରାଇଛନ୍ତି ସୁବ୍ରୋତ ବାଗଚୀ । ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତ ବ୍ୟକ୍ତି କ୍ୱାରେଣ୍ଟାଇନରେ ରହିବେ । ୨୮ ଦିନ ଭିତରେ କୋଲକାତାରୁ ଫେରିଥିବା ସମସ୍ତ ବ୍ୟକ୍ତି ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ବ୍ୟକ୍ତି ସହଯୋଗ ନକଲେ ଆଇନତଃ କାର୍ୟ୍ୟାନୁଷ୍ଠାନ ଗହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।
ଏହାସହ ସଂକ୍ରମଣ ପ୍ରତିରୋଧ ଜୋନରେ ରହି ସରକାରଙ୍କୁ ସହଯୋଗ କରୁଥିବା ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଗଚୀ । କଣ୍ଟେନମେଣ୍ଟରେ ରହୁଥିବା ସମସ୍ତ ଲୋକ ଜଣେ ଜଣେ କୋଭିଡ଼୍ ଯୋଦ୍ଧା ବୋଲି ସେ କହିଛନ୍ତି । ତାଙ୍କ ସହଯୋଗ ପାଇ କରୋନା ସଂକ୍ରମଣକୁ କିଛି ମାତ୍ରାରେ ପ୍ରତିହତ କରିବାରେ ସରକାର ସଫଳ ହୋଇଛନ୍ତି ବାଗଚୀ କହିଛନ୍ତି ।
BREAKING NEWS
- India summons Pak: ପାକିସ୍ତାନରୁ ବେଆଇନ ଅନୁପ୍ରବେଶକୁ ନେଇ ଭାରତର ଦୃଢ଼ ପ୍ରତିବାଦ;ପାକ୍ ହାଇକମିଶନଙ୍କୁ ସମନ୍
- ୭ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ
- ତାମିଲ ଫିଲ୍ମମେକର ସିଙ୍ଗିଥମ୍ ଶ୍ରୀନିବାସ ରାଓଙ୍କ ପରଲୋକ
- Drishyam 3: ୨ ଦିନରେ ୧୦୦ କୋଟି କ୍ଲବ୍ରେ ‘ଦୃଶ୍ୟମ ୩’! ବକ୍ସ ଅଫିସ୍ରେ ଅଜୟ ଦେବଗନଙ୍କ ଫିଲ୍ମର ଧମାକା, ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୧୭୭ କୋଟି ପାର୍
- ଆକାଶରୁ ଖସିଲା ରହସ୍ୟମୟ ବକ୍ସ, ଇସ୍ରୋ ସହ ସମ୍ପର୍କ…
- Indians live longer: ଅସୁସ୍ଥ ଦିନ କାଟୁଛନ୍ତି ଭାରତୀୟ, ବୟସ ସହ ବଢୁଛି ରୋଗ…WHO ରିପୋର୍ଟ ଖୋଲିଲା ଆୟୁଷ୍ମାନ୍ ଭାରତର ବଡ଼ ଚିତ୍ର
- Congress On Fullback: ପଂଜାବ ନିର୍ବାଚନ ଖେଳରେ ପରଗତ ସିଂ ଫିଟ୍ !
- କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ
- CEC ଜ୍ଞାନେଶ କୁମାରଙ୍କ ବିରୋଧରେ ହେଉ ଭିଜିଲାନ୍ସ ତଦନ୍ତ: କେରଳମ୍ ସରକାରଙ୍କ ନିର୍ଦ୍ଦେଶ
- ଆସୁଛି ଲଘୁଚାପ, ପାର୍ବଣରେ ଭିଜିବ ଓଡ଼ିଶା

Comments are closed.