Latest Odisha News

BREAKING NEWS

ରାଜ୍ୟରେ ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା: ବାଗଚୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛନ୍ତ ପଶ୍ଚିମବଙ୍ଗ ଫେରନ୍ତା । ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି । ସେହିପରି ଆଜି ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ ।
ତେବେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ସତର୍କ କରାଇଛନ୍ତି ସୁବ୍ରୋତ ବାଗଚୀ । ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତ ବ୍ୟକ୍ତି କ୍ୱାରେଣ୍ଟାଇନରେ ରହିବେ । ୨୮ ଦିନ ଭିତରେ କୋଲକାତାରୁ ଫେରିଥିବା ସମସ୍ତ ବ୍ୟକ୍ତି ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ବ୍ୟକ୍ତି ସହଯୋଗ ନକଲେ ଆଇନତଃ କାର୍ୟ୍ୟାନୁଷ୍ଠାନ ଗହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।
ଏହାସହ ସଂକ୍ରମଣ ପ୍ରତିରୋଧ ଜୋନରେ ରହି ସରକାରଙ୍କୁ ସହଯୋଗ କରୁଥିବା ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଗଚୀ । କଣ୍ଟେନମେଣ୍ଟରେ ରହୁଥିବା ସମସ୍ତ ଲୋକ ଜଣେ ଜଣେ କୋଭିଡ଼୍ ଯୋଦ୍ଧା ବୋଲି ସେ କହିଛନ୍ତି । ତାଙ୍କ ସହଯୋଗ ପାଇ କରୋନା ସଂକ୍ରମଣକୁ କିଛି ମାତ୍ରାରେ ପ୍ରତିହତ କରିବାରେ ସରକାର ସଫଳ ହୋଇଛନ୍ତି ବାଗଚୀ କହିଛନ୍ତି ।

Leave A Reply

Your email address will not be published.