Latest Odisha News

BREAKING NEWS

ବଦ୍ରିନାଥ, କେଦାର ନାଥଙ୍କ ଦ୍ୱାର ଖୋଲିବା ତାରିଖ ଘୁଂଚିଲା

ଡେରାଡୁନ: କିଲର କରୋନା ପ୍ରଭାବ ଯୋଗୁ ବାଧ୍ୟ ହୋଇ ବଦ୍ରିନାଥ, କେଦାର ନାଥଙ୍କ ଦ୍ୱାର ଖୋଲିବା ତାରିଖ ଘୁଂଚାଯାଇଛି । ଏଥିନେଇ ଭକ୍ତଙ୍କ ମନ ଅସନ୍ତୋଷ ଥିଲେ ମଧ୍ୟ ସମସ୍ତେ ଉପାୟଶୂନ୍ୟ । କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି । ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ ରହିଛି । ଏଭଳି ସ୍ଥିତିରେ ଉତରାଖଣ୍ଡର ଚାରିଧାମରେ ପ୍ରସିଦ୍ଧ ଥିବା ବଦ୍ରିନାଥ ଓ କେଦାରନାଥ ମନ୍ଦିରର ଦ୍ୱାର ଖୋଲିବା ନେଇ ତାରିଖ ଘୋଷଣା ହୋଇଛି ।

ବଦ୍ରିନାଥ ଓ କେଦାରନାଥ ମନ୍ଦିରର କବାଟ ଏପ୍ରିଲ ନୁହେଁ ବରଂ ମେ’ରେ ଖୋଲାଯିବ। ମେ’ ୧୪ରେ କେଦାରନାଥ କବାଟ ଖୋଲିବାକୁ ଥିବା ବେଳେ ବଦ୍ରିନାଥ କବାଟ ମେ’୧୫ରେ ଭୋର ୪ଟା ୩୦ମିନିଟ୍‌ରେ ଖୋଲିବ ବୋଲି ଜଣାପଡ଼ିଛି । ହିମାଳୟରେ ଚାରିଧାମ ନାମରେ ପ୍ରସିଦ୍ଧ ଥିବା ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରି ଓ ୟମୁନେତ୍ରି ମନ୍ଦିରର କବାଟ ଥଣ୍ଡା ଓ ପ୍ରବଳ ବରଫାପାତ ଯୋଗୁ ପ୍ରତି ବର୍ଷ ଅକ୍ଟୋବର ଓ ନଭେମ୍ବରରୁ ବନ୍ଦ ହୋଇଥାଏ ।

Leave A Reply

Your email address will not be published.