Latest Odisha News

୧ ରନରେ ପଡିଲା ୮ ୱିକେଟ

ପର୍ଥ: ପର୍ଥର ୱାକା ଗ୍ରାଉଣ୍ଡରେ ଅନୁଷ୍ଠିତ ଅଷ୍ଟ୍ରେଲିଆର ଏକ ଘରୋଇ କ୍ରିକେଟ ପ୍ରତିଯୋଗିତାରେ ମାତ୍ର ୧ ରନରେ ୮ ଟି ୱିକେଟ ପଡିଛି । ତାସମାନିଆ ବିପକ୍ଷରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ୨ ୱିକେଟ ବିନିମୟରେ ୫୨ ରନ କରି ବ୍ୟାଟିଂ କରୁଥିଲା । ଏହା ପରେ ନାଟକୀୟ ଢ଼ଙ୍ଗରେ ୱିକେଟର ପତନ ଘଟିବାକୁ ଲାଗିଲା ଟିମ ୫୩ ରନରେ ଅଲଆଉଟ ହୋଇ ଯାଇଥିଲା । ୨୮ଟି ବଲରେ ୧ ରନରେ ୮ଟି ୱିକେଟର ପତନ ହୋଇଥିଲା । ୬ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ । ହିଲଟନ କାର୍ଟୱେଟ, ଆଶଟେନ ଟର୍ଣ୍ଣର, ଆଶଟନ ଅଗର ଓ ଜୋଶ ଇଂଲିଶଙ୍କ ପରି ଖେଳାଳି ଖରାପ ପ୍ରଦର୍ଶନ କରିଥିଲେ । ବିଉ େଓବଷ୍ଟାର ୧୭ ରନରେ ୬ଟି ୱିକେଟ ଅକ୍ତିଆର କରିଥିଲେ ।

ତାସମାନିଆ ୮.୩ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ମିଚେଲ ଓୱେନ ୨୯ ରନ ସଂଗ୍ରହ କରିଥିଲେ । ଏହା ପୂର୍ବରୁ ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ୧୬୭ ରନର ଟାର୍ଗେଟକୁ ପିଛା କରି ଦଳ ୧୩୩ ରନରେ ୩ଟି ୱିକେଟ ହରାଇ ଭଲ ସ୍ଥିତିରେ ରହିଥିଲା । ମାତ୍ର ଏହା ପରେ ଆଶ୍ଚର୍ଯ୍ୟଜନକ ଭାବେ ୧୬୪ ରନରେ ଦଳ ଅଲଆଉଟ ହୋଇ ଯାଇଥିଲା ।

Leave A Reply

Your email address will not be published.