Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶା ବନ୍ଦ: ବରଗଡ଼ରେ ଜନଜୀବନ ବ୍ୟାହତ

ବରଗଡ଼: ପଶ୍ଚିମ ଓଡ଼ିଶାରେ ସ୍ଥାୟ୍‌ୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଆଜି ସମୂହ ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ବନ୍ଦ ଡ଼ାକରା ଦିଆଯାଇଛି ।

ମିଳିଥିବା ସୂଚନାନୁଯାୟୀ, ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାର ସମସ୍ତ ସହର ଗୁଡ଼ିକରେ ଏହି ବନ୍ଦ ପାଳନ ଆରମ୍ଭ ହେବା ସହିତ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି । ତେବେ ସମଗ୍ର ବରଗଡ଼ ଜିଲ୍ଲାରେ ମଧ୍ୟ ଏହି ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି ।

ସାରା ପଶ୍ଚିମ ଓଡ଼ିଶାରେ ଏହି ବନ୍ଦ ପାଳନକୁ ଜନସାଧାରଣ ସମର୍ଥ କରିଥିବାର ଦୃଷ୍ଟି ପରିଲକ୍ଷିତ ହୋଇଛି ।

ବରଗଡ଼ ସହର ସମେତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି । ରାସ୍ତାରେ ବିକ୍ଷୋଭକାରୀମାନେ ଅବରୋଧ କରିଥିବା ଯୋଗୁଁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।

ବରଗଡ଼ରେ ଦିନ ପ୍ରାୟ ସାଢେ ୧୦ଟାରେ ବିଚାରପତି ଏବଂ ଅନ୍ୟ ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବାକୁ କୋର୍ଟକୁ ଆସୁଥିଲେ। ତେବେ ସେମାନେ କୋର୍ଟରେ ପହଞ୍ଚିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ବନ୍ଦ ପାଳନକାରୀମାନେ ବନ୍ଦ ପାଳନର ଆଭିମୁଖ୍ୟ ଉପରେ କହିବା ସହିତ ସେଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ପରେ ବିଚାରପତି ଏବଂ ଅନ୍ୟ ବିଭାଗୀୟ କର୍ମଚାରୀମାନେ ସେଠାରୁ ଫେରି ଯାଇଥିଲେ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଥିବାବେଳେ ଏହାର ଯଥେଷ୍ଟ ପ୍ରଭାବ ଅନୁଭୂତ ହୋଇଛି।

Comments are closed.