Latest Odisha News

BREAKING NEWS

କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ

ସମ୍ବଲପୁର:ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି । ଆଜି ସକାଳୁ ସକାଳୁ ୧୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି । ଫଳରେ ଏହି ସବୁ ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ଅତ୍ୟାବଶ୍ୟକ ସେବା ଯେମିତି ମେଡିକାଲ,ପରୀକ୍ଷା ଆଦିକୁ ବାଦ ଦେଇଛନ୍ତି ।

BjdElectrycity

ପଶ୍ଚିମ ଓଡ଼ିଶାକୁ ବିଭିନ୍ନ ଦୃଷ୍ଟିରୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଛି କ୍ରିୟାନୁଷ୍ଠାନ କମିଟି । ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ସହ କୋଶଳ ଭାଷାକୁ ବିରୋଧ କରୁଛନ୍ତି । ଏହା ବ୍ୟତୀତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା, ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ, ଏମ୍ସ ହସ୍ପିଟାଲ, କଟକ କରିଡର ପ୍ରତିଷ୍ଠା ଦାବି ନେଇ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କରି ରାସ୍ତାକୁ ଓହ୍ଲାଇଛି ରାଜ୍ୟ କ୍ରିୟାନୁଷ୍ଠାନ କମିଟି ।

 ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାର ଆଠମଲିକ ସବଡିଭିଜନ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ସକାଳୁ ସକାଳୁ ବଲାଙ୍ଗିର ଜିଲ୍ଲାରେ ଏହି ବନ୍ଦର ପ୍ରଭାବ ବେଶି ଦେଖିବାକୁ ମିଳିଥିଲା । ଆଜି ଏହି ସମସ୍ତ ଜିଲ୍ଲାରେ ସରକାରୀ,ବେସରକାରୀ ଅଫିସ ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରଖିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.