Latest Odisha News

 ୨୮ ଅଗଷ୍ଟ ପର୍ଯ୍ୟନ୍ତ ଘୁଂଚିଲା ଡବ୍ଲ୍ୟୁଏଫଆଇ ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ନିର୍ବାଚନ ଉପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରୋକ ଲଗାଇଛି । ହରିୟାଣା ରେସଲିଂ ଆସୋସିଏଶନର ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଏହି ରୋକ ଲଗାଇଛନ୍ତି । ୧୨ ଅଗଷ୍ଟରେ ନିର୍ବାଚନ ହେବାକୁ ଥିଲା । ହରିୟାଣା ଆସୋସିଏନ ଅଭିଯୋଗ କରିଛି ଯେ, ଅନ୍ୟ ଏକ ଆସୋସିଏଶନକୁ ସେମାନଙ୍କ ବଦଳରେ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ଡବ୍ଲ୍ୟୁଏଚରୁ ଆମକୁ ମାନ୍ୟତା ମିଳିଥିବାରୁ ଆମେ କାହିଁକି ନିର୍ବାଚନରେ ଅଂଶଗ୍ରହଣ କରିପାରିବୁ ନାହିଁ ବୋଲି ସେମାନେ ଦାବୀ କରିଛନ୍ତି ।

ଅପରପକ୍ଷରେ ହରିୟାଣା ଆମେଚର ରେସଲିଂ ଆସୋସିଏଶନ ଏଚଡବ୍ଲ୍ୟୁଏର ଆବେଦନ ଭିତିହୀନ ବୋଲି କହିଛି । ବିବାଦ ବଢ଼ିବା ପରେ ରିଟର୍ଣ୍ଣିଂ ଅଫିସର ହରିୟାଣା ଆମେଚର ରେସଲିଂ ଆସୋସିଏଶନ ସପକ୍ଷରେ ମତ ଦେଇଥିଲେ । ଏବେ ହାଇକୋର୍ଟ ହରିୟାଣା ଆମେଚର ରେସଲିଂ ଆସୋସିଏଶନ ନିର୍ବାଚନରେ ଅଂଶଗ୍ରହଣ କରିବା ବୈଧ ନୁହେଁ କହିବା ସହ ଏହା ଉପରେ ରୋକ ଲଗାଇ ଦେଇଛନ୍ତି ।

Comments are closed.