Latest Odisha News

BREAKING NEWS

କ’ଣ ହୁଏ ଯେବେ ଅଭିଶାପ ପଡେ….. କେତେ ପ୍ରଭାବିତ ହୁଏ ଜୀବନ?

ଭୁବନେଶ୍ବର: କ’ଣ ବାସ୍ତବରେ ଆମକୁ କେହି ଅଭିଶାପ ଦେଲେ ତାହା ଫଳପ୍ରଦ ହୁଏ? କ’ଣ କଳିଯୁଗରେ ଏପରି କଥାର କିଛି ବାସ୍ତବତା ରହିଛି ? ଏମିତି ଅନେକ ପ୍ରଶ୍ନ ଆମ ମନରେ ବେଳେ ବେଳେ ଆସିଥିବା ବେଳେ ଆସନ୍ତୁ ଜାଣିବା ଯଦି ଆମକୁ କେହି ଅଭିଶାପ ଦିଏ କିମ୍ବା ଆମ ଉପରେ କାହାର ନଜର ପଡିଯାଏ ତାହା ହେଲେ କ’ଣ ହୁଏ?

ତେବେ ଆଜି କାଲି ଗୋଟିଏ ସାଧାରଣ କଥା ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ କି ଯେ, ଆମ ପରିବାରକୁ କାହାର ନଜର ଲାଗିଯାଇଛି । କିମ୍ବା କହାର ଅଭିଶାପ ପଡିଛି ଆମ ଉପରେ । ଯାହାକୁ ନେଇ ଅନେକ ଜଣ ଚିନ୍ତିତ ରହିଥିବା ବେଳେ ଏହାର ଉପାୟ ଖୋଜିମୁଲନ୍ତି ଯେ, କିପରି ଏଥିରୁ ମୁକ୍ତି ପାଇବେ ? ଯାହାକୁ ନେଇ ଅନେକ ସାଧୁ ସନ୍ଥ ନିଜ ନିଜର ମତ ରଖିଛନ୍ତି ।

ଏବେ ଏହି ନିକଟରେ ଭଗବାନ କୃଷ୍ଣ ଏବଂ ରାଧାରାଣୀଙ୍କ ଉପାସକ ପ୍ରମାନନ୍ଦ ମହାରାଜ ଏହାକୁ ନେଇ ନିଜର ମତ ରଖିଛନ୍ତି । ଲୋକଙ୍କ ପାଟିରୁ ବାହାରିଥିବା ଅଭିଶାପ କିମ୍ବା କାହାରିକୁ କାହାର ନଜର ଲାଗିବା ନେଇ ନିଜ ବିଚାର ବ୍ୟକ୍ତ କରିଛନ୍ତି । ଏହାକୁ ନେଇ ପ୍ରେମାନନ୍ଦ କହିଛନ୍ତି, କାହା ହୃଦୟରୁ ବାହାରିଥିବା ଅଭିଶାପ କିମ୍ବା ହାୟ ଅକାଟ୍ୟ ଅଟେ । ଏହାର କୌଣସି ଉପଚାର ନଥାଏ ।

ତାଙ୍କ କହିବା କଥା, ଯଦି ଆପଣମାନେ କୌଣସି ଜୀବଜନ୍ତୁଙ୍କୁ କଷ୍ଟ ଦେଉଛନ୍ତି କିମ୍ବା କେବେ ବି ଦୁଃଖ ଦେୁଛନ୍ତି, ଏସମୟରେ ତା ହୃଦୟରୁ ବାହାରିଥିବା ପ୍ରତିଟି ଶବ୍ଦ ମନୁଷ୍ୟକୁ ଭୋଗ କରିବାକୁ ପଡେ । ଏହାକୁ ନେଇ ସେ ମହାଭାରତର ଭୀଷ୍ମ ପିତାମହଙ୍କ ଉଦାହରଣ ଦେଇ କହିଛନ୍ତି,  ଭୀଷ୍ମ ନିଜ ତୀର ସାହାଯ୍ୟରେ ସାପକୁ ମାଟି ଫୋପାଡି ଦେଇଥିଲେ, ଆଉ ଉକ୍ତ ସାପଟି ବହୁଦିନ ପର୍ଯ୍ୟନ୍ତ ଛଟପଟ ହୋଇ ଶେଷରେ ପ୍ରାଣତ୍ୟାଗ କରିଥିଲା । ଆଉ ସେ ସମୟରେ ତା ପୀଡାରୁ ଯେଉଁ ଆହା  ବାହାରିଥିଲା ତାକୁ ପରେ ଭୀଷ୍ମଙ୍କୁ ଭୋଗିବାକୁ ପଡିଥିଲା । ୬ ମାସ ପର୍ଯ୍ୟନ୍ତ ଶରଶର୍ଯ୍ୟାରେ ଶୟନ କରି ଛଟପଟ ହୋଇଥିଲେ ଭୀଷ୍ମ ।

ସେ ଆହୁରି ମଧ୍ୟ ଚେତାଇ ଦେଇଛନ୍ତି କି, କେବେ ବି କୌଣସି ଜୀବଜନ୍ତୁଙ୍କ କଷ୍ଟ ଦେବା ଉଚିତ୍ ନୁହେଁ କି ସେମାନଙ୍କ ବଦଦୁଆ ନେବା କଥା ନୁହଁ । କାରଣ ଏହା ଜଣେ ବ୍ୟକ୍ତିଙ୍କୁ ମାଟିରେ ମିଶାଇ ଦେବାର ସାମର୍ଥ୍ୟ ରଖିଥାଏ । କାହାର ହୃଦୟରୁ ବାହାରିଥିବା ଅଭିଶାପ କେବେ ବି ବ୍ୟର୍ଥ ଯାଏନି । ଆଉ ତାହାର କ୍ଷତି ଅଭିଶାପ ପାଇଥିବା ବ୍ୟକ୍ତିଟିକୁ ଭୋଗିବାକୁ ପଡିଥାଏ । ଶେଷରେ ସେ ଏହାବି କହିଛନ୍ତି ଯେ, ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଲୀନ ହେବା ହିଁ ଏହାର ଏକମାତ୍ର ଉପାୟ । କିନ୍ତୁ ଆପଣଙ୍କୁ ଯାହା ଭୋଗିବାର ଅଛି ତାହା ତ ନିଶ୍ବୟ ଭୋଗିବାକୁ ପଡିବ  ।

Comments are closed.