Latest Odisha News

BREAKING NEWS

ଏହି ପ୍ରାଣୀଙ୍କ ପେଟରୁ ମିଳେ ବହୁ ମୁଲ୍ୟବାନ ମୋତି, ଜାଣନ୍ତୁ ଏହାର ଗଠନ ଶୈଳୀ

ଭୁବନେଶ୍ଵର: ସମୁଦ୍ର ମନୁଷ୍ୟକୁ ଅନେକ ପ୍ରକାରର ବହୁମୁଲ୍ୟ ଜିନିଷ ଦେଇଥାଏ । ସେଥିମଧ୍ୟରୁ ଗୋଟେ ହେଉଛି ମୋତି । ଏହାର ସୁନ୍ଦରତା ଏବଂ ଉଜ୍ବଳତା ପାଇଁ ଏହା ସମସ୍ତଙ୍କର ପସନ୍ଦ । କିନ୍ତୁ କଣ ଆପଣ ଜାଣନ୍ତି ଏହି ବହୁମୂଲ୍ୟ ଜିନିଷଟି ସମୁଦ୍ରରେ ରହୁଥିବା ଏକ ପ୍ରଣୀର ପେଟରୁ ବାହାରିଥାଏ । ତେବେ ଆସନ୍ତୁ ଜାଣିବା ସେହି ଜଳଚରପ୍ରାଣୀ ବିଷୟରେ ।

ମୋତି ଗଠନ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା । ଯାହା ସମୁଦ୍ରରେ ଦେଖାଯାଉଥିବା କିଛି ବିଶେଷ ପ୍ରକାରର ଜୀବ ଭିତରୁ ମିଳିଥାଏ । ଏହି ଜୀବଗୁଡ଼ିକ ହେଉଛନ୍ତି ମୁଖ୍ୟତଃ ଶଙ୍ଖ ଏବଂ ଶାମୁକା । ଯେତେବେଳେ କୌଣସି ବାହ୍ୟ କଣିକା (ଯେପରିକି ବାଲିର ଏକ କଣିକା କିମ୍ବା କିଛି ପରଜୀବୀ) ଏହି ଜୀବମାନଙ୍କ ଶରୀରରେ ପ୍ରବେଶ କରେ, ସେତେବେଳେ ସେମାନେ ସେହି କଣିକାକୁ ନିଜର ସୁରକ୍ଷା ପାଇଁ ଚକଚକିଆ ପଦାର୍ଥରେ ଘୋଡାଇବା ଆରମ୍ଭ କରନ୍ତି । ଏହି ପଦାର୍ଥ କ୍ୟାଲସିୟମ କାର୍ବୋନେଟରେ ତିଆରି ହୋଇଥାଏ ଏବଂ ଏହାକୁ ମୋତି କୁହାଯାଏ । ଯାହା ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ । ଏହି ଜୀବର ଶରୀରରୁ ହିଁ ସମୁଦ୍ର ମୋତି ବାହାରିଥାଏ ।

ତେବେ ଶଙ୍ଖରୁ ମଧ୍ୟ ମୋତି ବାହାରିଥାଏ । ଶଙ୍ଖ ହେଉଛି ଏକ ପ୍ରକାର ସାମୁଦ୍ରିକ ଜୀବ ଯାହାର ଖୋଳରୁ ମୋତି ମିଳିଥାଏ । ଶଙ୍ଖରୁ ମିଳୁଥିବା ମୋତି ସାଧାରଣତଃ ଗୋଲାକାର ଏବଂ ଉଜ୍ଵଳପୁର୍ଣ୍ଣ ହୋଇଥାଏ । ଏହା ବ୍ୟତୀତ ସମୁଦ୍ରରୁ ମିଳୁଥିବା ଶାମୁକା ମଧ୍ୟ ଏକ ସାମୁଦ୍ରିକ ଜୀବ ଯାହାପାଖରୁ ମୋତି ମିଳିଥାଏ । ତେବେ ଶାମୁକାରୁ ମିଳୁଥିବା ମୋତି ଶଙ୍ଖରୁ ମିଳୁଥିବା ମୋତି ଅପେକ୍ଷା ସାଧାରଣତଃ ଛୋଟ । କିନ୍ତୁ ସେମାନଙ୍କର ଉଜ୍ଜ୍ୱଳତା ବହୁତ ଅଧିକ । ସାଧାରଣତଃ ଅଳଙ୍କାର ତିଆରିରେ ଏହି ମୋତି ବ୍ୟବହୃତ ହୁଏ । ମୋତିରେ ନିର୍ମିତ ଅଳଙ୍କାର ବହୁତ ସୁନ୍ଦର ଏବଂ ମୂଲ୍ୟବାନ ଅଟେ । ଧାର୍ମିକ କାର୍ଯ୍ୟରେ ମଧ୍ୟ ମୋତିର ବ୍ୟବହାର କରାଯାଏ ।

Leave A Reply

Your email address will not be published.