Latest Odisha News

BREAKING NEWS

ମୋଦିଙ୍କୁ ଉପହାରରେ ମିଳିଲା ଦାରୁମା କଣ୍ଢେଇ, ଜାଣନ୍ତୁ କଣ ରହିଛି ଖାସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବର୍ତ୍ତମାନ୍ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି। ସେଠାରେ ସେ ୧୫ତମ ଭାରତ-ଜାପାନ ସମ୍ମିଳନୀରେ ଯୋଗ ଦେବା ନେଇ ଯୋଜନା ମଧ୍ୟ ରହିଛି।

ତେବେ ଜାପାନର ରାଜଧାନୀ ଟୋକିଓର ଶୋରିଞ୍ଜାନ ମନ୍ଦିରର ମୁଖ୍ୟ ପୁରୋହିତ ରେଭ. ସେଇଶି ହିରୋସେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଦାରୁମା କଣ୍ଢେଇ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ଯାହାକି ଜାପାନର ଏକ ପାରମ୍ପରିକ କଣ୍ଢେଇ ଭାବରେ ଜଣାଶୁଣା। ତେବେ ଏହାକୁ ସେଠାରେ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ। ଏହା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓରେ ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ଯୋଶିହିଦେ ସୁଗା ଏବଂ ଫୁମିଓ କିଶିଦାଙ୍କୁ ଭେଟିଥିଲେ। ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ଯୋଶିହିଦେଙ୍କ ସହ ଭାରତ-ଜାପାନ ସହଯୋଗକୁ ଆହୁରି ଗଭୀର ପାଇଁ ଆଲୋଚନା କରିଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ X ରେ ଏକ ପୋଷ୍ଟ କରିଥିଲେ।

ତେବେ ପ୍ରଯୁକ୍ତିବିଦ୍ୟା, ଏଆଇ, ବାଣିଜ୍ୟ, ନିବେଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କିପରି ସହଯୋଗ ସୃଷ୍ଟି କରାଯାଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଦାରୁମା କଣ୍ଢେଇ ଏକ ଫମ୍ପା, ଗୋଲାକାର, ଜାପାନୀ ପାରମ୍ପରିକ କଣ୍ଢେଇ, ଯାହା ବୌଦ୍ଧ ଧର୍ମର ଜୈନ୍ ପରମ୍ପରାର ପ୍ରତିଷ୍ଠାତା ବୋଧିଧର୍ମଙ୍କ ଉପରେ ଆଧାରିତ। ଏହା ସାଧାରଣତଃ ଲାଲ ରଙ୍ଗର ହୋଇଥାଏ। ତେବେ ଏହାର ରଙ୍ଗ ଏବଂ ଡିଜାଇନ୍ କଳାକାର ଉପରେ ନିର୍ଭର କରିଥାଏ। ଏହା ଜାପାନୀ ପ୍ରବାଦ “ସାତ ଥର ପଡ଼ି ଆଠ ଥର ଉଠିବାକୁ ଦର୍ଶାଇଥାଏ”।ତେବେ ପାରମ୍ପରିକ ଭାବରେ ଜାପାନୀ ଲୋକମାନେ ବ୍ୟକ୍ତିଗତ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଏହାର ଗୋଟିଏ ଆଖିକୁ ରଙ୍ଗ କରିଥାନ୍ତି। ଯେପର୍ଯ୍ୟନ୍ତ ଲକ୍ଷ୍ୟ ହାସଲ ହୋଇନଥାଏ ସେପର୍ଯ୍ୟନ୍ତ ଅନ୍ୟ ଆଖି ଖାଲି ରହିଥାଏ।

 

Comments are closed.