Latest Odisha News

BREAKING NEWS

ଡିଜିଜ ‘ଏକ୍ସ’ କରୋନଠାରୁ ବି ଭୟଙ୍କର ମହାମାରୀ: ‘ହୁ’ ଦେଲା ଚେତାବନୀ

 ନୂଆଦିଲ୍ଲୀ: ଯିଏ କରୋନାକୁ ସାମ୍ନା କରିଛି ସେ ଜାଣିଛି ତାର ଭୟବହତା । ସେ ଦିନ..ସେ ଘଟଣା ମନେ ପଡିଗଲେ ଏବେ ଥରିଯାଏ ଦେହ । ସେ ଉଜୁଡ଼ା ପରିବାରକୁ ଦେଖିଲେ ଆଖିରେ ଭରିଯାଏ ଲୁହ । ଗୋଟିଏ ଦୁଃଖ ମନରୁ ନ ଲିଭୁଣୁ ପୁଣି ଡରାଇଲାଣି ଆଉ ଏକ ରୋଗ ‘ଏକ୍ସ’ ।

ବିଶେଷଜ୍ଞମାନେ ପୁଣି ଏକ ନୂଆ ମହାମାରୀ ଆସିବାର ଆଶଙ୍କା କରୁଛନ୍ତି  ଯାହା କୋଭିଡ ୧୯ଠାରୁ ୭ ଗୁଣା ଭୟଙ୍କର ହୋଇପାରେ ଏବଂ ଏଥିରେ ଅତି କମରେ ୫ କୋଟି ଲୋକଙ୍କ ଜୀବନ ଯାଇପାରେ ବୋଲି କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂଆ ରୋଗର ନାଁ ଡିଜିଜ୍ ଏକ୍ସ ରଖିଛି।

ହୁ ଆଶଙ୍କା କରୁଛି, ଏହି ନୂଆ ମହାମାରୀ ରାସ୍ତାରେ ଅଛି । ଏହା କୋଭିଡ ୧୯ଠାରୁ ବେଶ ଘାତକ ହୋଇପାରେ । ଡେଲିମେଲ ରିପୋର୍ଟ ଅନୁଯାୟୀ, ଏକ୍ସପର୍ଟ ଡିଜିଜ ଏକ୍ସକୁ ନେଇ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି,  କୋଭିଡ-୧୯ କେବଳ ଆରମ୍ଭ । ବ୍ରିଟେନର ଭାକ୍ସିନ ଟାସ୍କ ଫୋର୍ସର ମୁଖ୍ୟ ଡେମ କେଟ ବିଙ୍ଘମ ଲୋକଙ୍କୁ ସତର୍କ କରାଇ କହିଛନ୍ତି, ଯଦି ଏହି ରୋଗ ମହାମାରୀ ରୂପ ନିଏ ତେବେ ଅତି କମରେ ୫ କୋଟି ଲୋକଙ୍କ ଜୀବନ ଯାଇପାରେ । ଏପରିକି ଏହାର ମୁକାବିଲା କରିବା ମଧ୍ୟ କଷ୍ଟସାଧ୍ୟ ହୋଇପାରେ । କାରଣ ଏହା କୋଭିଡ ୧୯ଠାରୁ ବେଶି ମାରାତ୍ମକ ।

ବିଙ୍ଘମ କହିଛନ୍ତି, ପରବର୍ତ୍ତୀ ମହାମାରୀ ପୃ୍ଥିବୀରେ ଥିବା ଯେ କୌଣସି ଭାଇରସରୁ ସୃଷ୍ଟି ହୋଇପାରେ । ସେ କହିଛନ୍ତି, ୧୯୧୮-୧୯ରେ ଏକ ମହାମାରୀ ଆସିଥିଲା । ଏହି ମହାମାରୀ ପୂର୍ବରୁ ଥିବା ଏକ ଭାଇରସରୁ ଆସିଥିଲା । ସେତେବେଳେ ବିଶ୍ୱର ୫ କୋଟିରୁ ଅଧିକ ଲୋକ ଜୀବନ ହାରିଥିଲେ । ତେବେ ଏହି ରୋଗକୁ ନେଇ ବିଶେଷଜ୍ଞମାନେ ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି ।

Leave A Reply

Your email address will not be published.