Latest Odisha News

କ’ଣ ରହିଛି ଏନ୍ଏଚ୍ଏଆଇର ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟଟ୍ୟାଗ’ ପଦକ୍ଷେପ, ଜାଣନ୍ତୁ କିପରି ଅପଡେଟ୍ କରିବେ କେୱାଇସି

ନୂଆଦିଲ୍ଲୀ: ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପକ୍ଷରୁ ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟଟ୍ୟାଗ’ ଅଭିଯାନ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯେ କୌଣସି ଯାନ ଗୋଟିଏରୁ ଅଧିକ ଫାଷ୍ଟଷ୍ଟାଗ ବ୍ୟବହାର କରିପାରିବେ ନାହିଁ।

ଗାଡ଼ି ମାଲିକମାନେ ସମାନ ଫାଷ୍ଟଟ୍ୟାଗ ବ୍ୟବହାର କରିପାରିବେ। ଏନଏଚଏଆଇ ଆହୁରି ମଧ୍ୟ କହିଛି ଯେ ଜାନୁଆରୀ ୩୧, ୨୦୨୪ ପରେ ଅସମ୍ପୂର୍ଣ୍ଣ କେୱାଇସି ଥିବା ସମସ୍ତ ଫାଷ୍ଟଟ୍ୟାଗ ଅବୈଧ ହୋଇଯିବ। ଗ୍ରାହକଙ୍କୁ ଜାନୁଆରି ୩୧ ସୁଦ୍ଧା କେୱାଇସି କରାଇବାକୁ କୁହାଯାଇଛି।

ଏନଏଚଏଆଇ ପକ୍ଷରୁ କୁହାଯାଇଛି ଯେ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି ପାଇଁ ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟଟ୍ୟାଗ’ ଅଭିଯାନ ଆରମ୍ଭ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଟୋଲ ପ୍ଲାଜାରେ ଅବାଧରେ ଯାନବାହନ ଚଳାଚଳ କରିପାରିବେ।

‘ଗୋଟିଏ ଗାଡ଼ି, ଗୋଟିଏ ଫାଷ୍ଟଟ୍ୟାଗ’ ପରେ ଗୋଟିଏ ଗାଡ଼ିରେ କେବଳ ଗୋଟିଏ ଫାଷ୍ଟଟ୍ୟାଗ ବ୍ୟବହାର କରାଯାଇପାରିବ। ଏଥିସହ ଟୋଲ୍ ପ୍ଲାଜାଗୁଡ଼ିକର ଅପେକ୍ଷା ସମୟକୁ କମ୍ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଫାଷ୍ଟଟ୍ୟାଗ କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ପାସପୋର୍ଟ, ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ନରେଗା ଜବ୍ କାର୍ଡ ଭଳି କାଗଜପତ୍ର ଆବଶ୍ୟକ ହେବ। ଆପଣ ଘରେ ବସି ଅନଲାଇନ୍ କେୱାଇସି କରିପାରିବେ। ଯଦି ଆପଣ ନିଜର ଫାଷ୍ଟଟ୍ୟାଗ କେୱାଇସି କରାଇ ନାହାଁନ୍ତି, ତେବେ ଏହା ବ୍ଲକ ହୋଇପାରେ।

ଏଥିପାଇଁ ପ୍ରଥମେ ଆପଣଙ୍କୁ https://fastag.ihmcl.com ୱେବସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡିବ। ଏବେ ଆପଣଙ୍କୁ ବ୍ୟାଙ୍କ ଜରିଆରେ ପୂର୍ବରୁ ଜାରି ହୋଇଥିବା ସମସ୍ତ ଫାଷ୍ଟଟ୍ୟାଗକୁ ହଟାଇବାକୁ ପଡ଼ିବ। ଫାଷ୍ଟଟ୍ୟାଗ ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇଁ ଆପଣ ହେଲ୍ପଲାଇନ୍ ନମ୍ବର ୧୦୩୩ରେ କଲ୍ କରିପାରିବେ।

Comments are closed.