Latest Odisha News

BREAKING NEWS

ଆସନ୍ତୁ ନଜର ପକାଇବା ହିରୋ ସାଜିଥିବା ର‌୍ୟାଟ ହୋଲ ମାଇନର୍ସଙ୍କ ଦୁଃଖ ଭରା ଜୀବନୀ ଉପରେ

ସିଲକାୟାରା: ଭାରତବାସୀ ଆଶ୍ୱସ୍ତ ଓ ଖୁସି । ସେମାନଙ୍କ ଅତି ନଜର ୪୧ ଶ୍ରମିକ ୧୭ ଦିନ ପରେ ଭଲରେ ବାହାରକୁ ଆସି ପାରିଛନ୍ତି । ଏମାନଙ୍କ ଜୀବନ ବଂଚାଇବାରେ ହିରୋ ସାଜିଥିଲେ ର‌୍ୟାଟ ହୋଲ ମାଇନର୍ସ । ଯେଉଁଠାରେ ଅତ୍ୟାଧୂନିକ ଜ୍ଞାନ କୌଶଳ ଫେଲ ମାରୁଥିଲେ ସେଠାରେ ଏହି ପ୍ରତିବନ୍ଧିତ ର‌୍ୟାଟ ହୋଲ ମାଇନର୍ସ ସଫଳ ହୋଇଥିଲେ । ପରିବେଶବିତଙ୍କ ପାଇଁ ଏମାନେ ଶତ୍ରୁ କହିଲେ ଭୁଲ ହେବନି । ଏହି ର‌୍ୟାଟ ହୋଲ ମାଇନିଂ ସମୂହ ଖଣିଜ ଭଣ୍ଡାର ମଧ୍ୟରେ ନିଜସ୍ୱ ଜ୍ଞାନକୌଶଳରେ ଭିତରକୁ ଭିତରକୁ ସହଜରେ ଯାଇ ପାରିଥାନ୍ତି । ମେଘାଳୟରେ ଏମାନଙ୍କୁ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । କେବଳ ଭାରତରେ ନୁହେଁ ଆଫ୍ରିକା, ଦକ୍ଷିଣ ଆମେରିକା, ଏସିଆରେ ଅନେକ ଅଂଚଳରେ ଏହି ସମୂହକୁ ବିଭିନ୍ନ ଖଣି ମାଫିଆ କାର୍ଯ୍ୟରେ ଲଗାଇଥାନ୍ତି । ଭାରତରେ କୋଇଲା ଖଣିରେ ଏମାନଙ୍କୁ ବିଶେଷ ଭାବେ ନିୟୋଜିତ କରାଯାଇଥାଏ ।

ଛୋଟ ଛୋଟ ଗାତ କରି ସେମାନେ ଖଣିର ଭିତରକୁ ଯାଇଥାନ୍ତି । ଭିତରୁ ବାହାରକୁ ଆସିବା ପାଇଁ ଦଉଡି କିମ୍ବା ବାଉଁଶା ସିଡି ବ୍ୟବହାର କରାଯାଇଥାଏ । ଛୋଟ ଛୋଟ ହଥିୟାରରେ ସେମାନେ ଏହି କାର୍ଯ୍ୟ କରିଥାନ୍ତି । ସାମାନ୍ୟ କିଛି ଅର୍ଥ ପାଇଁ ଏମାନେ ନିଜ ଜୀବନକୁ ବାଜିରେ ଲଗାଇଥାନ୍ତି । ଅବୈଧ ଖନନରେ ଏମାନଙ୍କୁ ଖଣି ମାଫିଆ ବ୍ୟବହାର କରିଥାନ୍ତି । ଯାହାକୁ ନେଇ ପରିବେଶ ବିତଠାରୁ ଆରମ୍ଭ କରି ଅନ୍ୟମାନେ ଏହା ଉପରେ ରୋକ ଲଗାଇଛନ୍ତି । ର‌୍ୟାଟ ହୋଲ ମାଇନରଙ୍କ ଆର୍ଥୀକ ଅବସ୍ଥା ଉପରେ ସରକାର ନଜର ପକାଇଲେ ଏହି ସମସ୍ୟା ଦୂରିଭୁତ ହେବ । ଅନ୍ୟଥା କେଉଁ ଖଣି ମାଫିଆଙ୍କ ପାଇଁ କାମ କରି ସେମାନେ ମରି ହଜି ଯିବେ ଯାହାର ଖବର କାହା ପାଖରେ ନ ଥିବ ।

Leave A Reply

Your email address will not be published.