Latest Odisha News

BREAKING NEWS

ସାଇରସ ମିସ୍ତ୍ରୀ ବ୍ୟବହାର କରୁଥିବା କାରର ଦାମ କେତେ? ସୁରକ୍ଷିତ ରଖିବାକୁ କ’ଣ ଫିଚର ରହିଛି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ନାମୀ ଶିଳ୍ପପତି ସାଇରସ୍ ମିସ୍ତ୍ରୀ ସାଇରସ ମିସ୍ତ୍ରୀଙ୍କର ମୁମ୍ବାଇ ନିକଟ ପାଲଘର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ସେ ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିଲେ। ଏହି ସମୟରେ ପାଲଘର ନିକଟରେ ତାଙ୍କ କାରଟି ଡିଭାଇଡରରେ ପିଟି ହେବାରୁ ତାଙ୍କର ମୃତ୍ୟୁ ବରଣ ହୋଇଛି। ଏହି କାରରେ ଥିବା ଅନ୍ୟ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ତେବେ ସେ ବସିଥିବା ମର୍ସିଡିଜ୍-ବେଞ୍ଜ୍ କାରଟି ତାଙ୍କ ଡ୍ରାଇଭର ଦ୍ୱାରା ନୁହେଁ ବରଂ ଜଣେ ମହିଳା ସହକର୍ମୀ (ଡକ୍ଟର ଅନାୟତା ପାଣ୍ଡୋଲ୍) ଚଲାଉଥିଲେ। କାରରେ ଚାରି ଜଣ ଥିଲେ। ଯେଉଁମାନଙ୍କ ମଧ୍ୟରୁ ସାଇରସ୍ ଏବଂ ଜାହାଙ୍ଗୀର ପାଣ୍ଡୋଲଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଏବଂ ଅନାୟତା ଚିକିତ୍ସିତ ହେଉଛନ୍ତି। ଏହିି ଦୁଇ ଜଣ ଗୁଜରାଟର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ରହିଛି।

ସାଇରସ୍ ମିସ୍ତ୍ରୀଙ୍କ ଦୁର୍ଘଟଣାଗ୍ରସ୍ତ କାରର ରେଜିଷ୍ଟ୍ରେସନ ନମ୍ବର (MH-47-AB-6705)  ରହିଛି। ଏହି କାରଟି ମର୍ସିଡିଜ୍ ବେଞ୍ଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର। ମଡେଲ୍ ନମ୍ବର ହେଉଛି GLC 220 D 4MATIC। ଏହି କାରଟି ଚାରି ବର୍ଷ ପୁରୁଣା। ଡିଜେଲ ଇଞ୍ଜିନ୍ ସହିତ ଏହି କାରର ପଞ୍ଜୀକରଣ ୨୧ ମଇ ୨୦୧୮ ରେ କରାଯାଇଥିଲା। କାରଟିର ବୀମା, ଫିଟନେସ୍, PUCC ସହିତ ସମସ୍ତ କାଗଜପତ୍ର ରହିଛି।

ମର୍ସିଡିଜ୍ ବେଞ୍ଜ୍ GLC 220 D 4MATIC ମଡେଲ୍ ହେଉଛି ଏକ ଦାମୀ କାର । ଯାହାର ଏକ୍ସ ଶୋ’ରୁମ୍ ମୂଲ୍ୟ ପ୍ରାୟ 68 ଲକ୍ଷ | ସାଇରସଙ୍କ କାରଟି BS6 ମଡେଲ ଥିଲା।

ଡିଜେଲ ଚାଲୁଥିଲା। କାରଟିର ପ୍ରାୟ ୧୭ କିଲୋମିଟର ମାଇଲେଜ ରହିଛି। କମ୍ପାନୀର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏଥିରେ ୪ଟି ସିଲିଣ୍ଡର ସହିତ ୧୯୫୦ ସିସି ଇଞ୍ଜିନ ରହିଛି। ୪ ଭଲଭ୍ ସହିତ ଇଞ୍ଜିନଟି ବହୁତ ଶକ୍ତିଶାଳୀ। ଏହି କାରଟିରେ ଫ୍ରଣ୍ଟ-ରିଅର ସସପେନ୍ସନ୍ ଏବଂ ପାୱାର ଷ୍ଟିଅରିଂ ରହିଛି। ଉଭୟ ଆଗ ଏବଂ ପଛ ଡିସ୍କ ବ୍ରେକ୍ ରହିଛି।

୫ ସିଟ୍ ବିଶିଷ୍ଟ କାରଟି ବହୁତ ଆରାମଦାୟକ। ଫ୍ରଣ୍ଟ୍ରିଅର୍ ପାୱାର ୱିଣ୍ଡୋଜ୍, ଏୟାର କଣ୍ଡିସନ୍, ଆଡଜଷ୍ଟେବଲ୍ ହିଟର, ସ୍ୱୟଂଚାଳିତ ଜଳବାୟୁ ନିୟନ୍ତ୍ରଣ, ବାୟୁ ଗୁଣବତ୍ତା ନିୟନ୍ତ୍ରଣ, ରିମୋଟ ଇଞ୍ଜିନ୍ ଷ୍ଟାର୍ଟ ଏବଂ ଆଲର୍ଟ ଦେବାର ଫିଚର ରହିଛି।

ନିରାପତ୍ତା ଦୃଷ୍ଟିରୁ ଏହି କାରରେ  ୭ ଟି ଏୟାରବ୍ୟାଗ ରହିଥାଏ। ଯେଉଁଥିରେ ଡ୍ରାଇଭର ସିଟ୍ ଏବଂ ସାଇଡ ସିଟର ଆଣ୍ଠୁକୁ ସୁରକ୍ଷିତ ରଖିବା ପାଇଁ ଏୟାରବ୍ୟାଗ ରହିଛି। ସେହିପରି ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍, ସେଣ୍ଟ୍ରାଲ୍ ଲକିଂ, ପାୱାର୍ ଡୋର ଲକ୍, ଆଣ୍ଟି ଥେଫ୍ଟ ଆଲର୍ଟ ଇତ୍ୟାଦି ରହିଛି।

ଅନ୍ୟାନ୍ୟ ଫିଚର ହେଉଛି ଟ୍ରାକ୍ସନ୍ କଣ୍ଟ୍ରୋଲ୍, ଆଡଜଷ୍ଟେବଲ୍ ସିଟ୍, ଦୁର୍ଘଟଣା ପୂର୍ବର ସେନ୍ସର, ଇଞ୍ଜିନ ଚେକ୍ କରିବାକୁ ଆଲର୍ଟ ସିଷ୍ଟମ ଇତ୍ୟାଦି ଅନେକ ଫିଚର ରହିଛି।

ତେବେ ଦୁର୍ଘଟଣାର କାରଣ ଅବହେଳା ବୋଲି କୁହାଯାଉଛି। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଡିଜିପିଙ୍କ ସହ କଥା ହୋଇ ଦୁର୍ଘଟଣାର ବିସ୍ତୃତ ତଦନ୍ତ ରିପୋର୍ଟ ଦେବାକୁ କହିଛନ୍ତି।

Comments are closed.