Latest Odisha News

ଶୁଖିବାରେ ଲାଗିଛି ଦୁନିଆର ସବୁଠାରୁ ବଡ ନଦୀ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଶୁଖିବାରେ ଲାଗିଛି ଦୁନିଆର ସବୁଠୁ ବଡ଼ ନଦୀ । ଏପରି ଲାଗୁଛି ଯେପରି ଏହି ନଦୀ ଉପରେ କାହାର ଦୃଷ୍ଟି ପଡି ଯାଇଛି । ଗତ ୧୨୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦୁନିଆର ସବୁଠାରୁ ବଡ଼ ନଦୀ ଆମଜନ ନଦୀ ଶୁଖିବାରେ ଲାଗିଛି । ପରିସ୍ଥିତି ଏପରି ଜଟିଳ ହୋଇଛି ଯେ ଏହି ନଦୀର ଜଳ ବର୍ତ୍ତମାନ ଲାଭା ଏବଂ ପାଉଁଶ ପରି ଫୁଟିବାରେ ଲାଗିଛି।ବର୍ତ୍ତମାନ ସମୟରେ ଏହି ନଦୀର ତାପମାତ୍ରା ମାନବଙ୍କ ତାପମାତ୍ରା ଠାରୁ ୨ ଡିଗ୍ରୀ ଅଧିକରେ ପହଞ୍ଚିଛି । ଯେଉଁଥିପାଇଁ ନଦୀରେ ଥିବା ଲକ୍ଷ ଲକ୍ଷ ଜଳଚର ପ୍ରାଣୀଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ପଶୁମାନଙ୍କ ମଧ୍ୟରେ ୧୫୦ଟି ଡଲଫିନ୍ ମଧ୍ୟ ଅଛନ୍ତି । ଆମାଜନ ନଦୀରେ ହୋଇଥିବା ବର୍ତ୍ତମାନର ପରିସ୍ଥିତି ଏବେ ସବୁ ବୈଜ୍ଞାନିକଙ୍କ ପାଇଁ ଏକ ବଡ଼ ଆହ୍ବାନ ହୋଇଛି । ତେବେ ଏହି ନଦୀ ଏପରି ଶୁଖିବାର କାରଣ କଣ? ଏହା କୌଣସି ବଡ଼ ବିପଦର ସଂକେତ କି? ଆସନ୍ତୁ ଜାଣିବା ସେ ବିଷୟରେ,,,

୨୦୦୭ର ଆଇପିସିସି ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି ଯେ ଗ୍ଲୋବାଲ ୱାର୍ମିଂ ହେତୁ ” ଏଲ୍ ନିନୋ ପରି ଅବସ୍ଥା ” ବାରମ୍ବାର ଘଟିବ । ମାନବର କାର୍ଯ୍ୟକଳାପ ଦ୍ୱାରା ବିଶ୍ୱ ତାପମାତ୍ରା ସୃଷ୍ଟି ହେଉଛି ଏବଂ ପ୍ରତ୍ୟେକ ଦେଶ ଏପରିକି ପ୍ରତ୍ୟେକ ବ୍ୟକ୍ତି ଏଥିପାଇଁ ଦାୟୀ । ଗ୍ଲୋବାଲ ୱାର୍ମିଂର ବୃଦ୍ଧି ହେତୁ ଏପରି ପରିସ୍ଥିତି ଉପୁଜିଛି। କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳ ତାପମାତ୍ରା ସାମାନ୍ୟ ଅବସ୍ଥାକୁ ଫେରିବାର ସମ୍ଭାବନା ଜାନୁଆରୀ – ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଥିଲା। ଏହାପରେ ଏହାର ତାପମାତ୍ରା ମେ – ଜୁଲାଇ ୨୦୨୪ ଭିତରେ ଶୂନ୍ୟ ରୁ ୫୦ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବା ନେଇ ଅନୁମାନ କରାଯାଇଥିଲା ।

ଆମାଜନ ଅଞ୍ଚଳର “ଆଟଲାଣ୍ଟିକ୍ ଡିପୋଲ୍” ରୁ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି । ଫଳରେ ନଦୀର ଜଳ ଗରମ ହେଉଛି। ସେପଟେ ଦକ୍ଷିଣ ଆଟଲାଣ୍ଟିକରେ ଜଳ ଥଣ୍ଡା ରହିଛି। ପୂର୍ବ ପ୍ରଶାନ୍ତ ମହାସାଗରରେ ଥିବା କେନ୍ଦ୍ରୀୟ ଏଲ୍ ନିନୋ ଉଷ୍ମ ଜଳ ବର୍ତ୍ତମାନ ସମୁଦ୍ର ମଧ୍ୟଭାଗକୁ ବ୍ୟାପିଛି । ଯେଉଁଠାରେ ଏହି କେନ୍ଦ୍ରୀୟ ଏଲ୍ ନିନୋ ତୀବ୍ର ହେବ । ଯେପରି ୧୯୮୨ ଏବଂ ୧୯୯୭ରେ ଘଟିଥିଲା ।

ଏଲ ନିନୋ କାରଣରୁ ଉତ୍ତର ଆମଜନରେ ମରୁଡି ପରିସ୍ଥିତି ଦେଖିବାକୁ ମିଳେ । ଭେନେଜୁଏଲା ସହ ବ୍ରାଜିଲର ସୀମାରେ ଅବସ୍ଥିତ ରୋରାଇମା ପ୍ରାନ୍ତ ଜଙ୍ଗଲ ଜଙ୍ଗଲୀ ଅଗ୍ନି ପାଇଁ ଜଣାଶୁଣା । ୧୯୮୨ରେ ଏଲ୍ ନିନୋ କାରଣରୁ ଆମାଜନ ଜଙ୍ଗଲରେ ଅନେକ ଗଛ ନଷ୍ଟ ହେବା ବ୍ୟତୀତ ଇଥିଓପିଆ ଏବଂ ପଡୋଶୀ ଆଫ୍ରିକୀୟ ଦେଶରେ ମରୁଡ଼ି ଯୋଗୁଁ ୨୦୦,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

Comments are closed.