Latest Odisha News

BREAKING NEWS

ଲକଡାଉନରେ କ’ଣ ଖୋଲା ଓ କ’ଣ ବନ୍ଦ ?

ଭୁବନେଶ୍ୱର: ଆଜିଛୁ ଓଡ଼ିଶାରେ ଲକଡାଉନ୍ । ଏହି ୧୪ ଦିନ ଭିତରେ ଲୋକଙ୍କୁ କାମ ନଥିଲେ ଘରୁ ବାହାରିବା ପାଇଁ ମନା କରାଯାଇଛି । କିନ୍ତୁ କୋଭିଡ୍ ଟେଷ୍ଟିଂ ପାଇଁ ହସ୍ପିଟାଲକୁ ଯାଇପାରିବେ । ଟିକାକରଣ କାମ ଜାରି ରହିବ । ଟିକା ନେବାକୁ ଲୋକ ଯାଇପାରିବେ । ଲକଡାଉନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯାତାୟାତ ଓ ଜନଗହଳି କମାଇ ସଂକ୍ରମଣ ରୋକିବା ।  ଏବେ ଆସନ୍ତୁ ନଜର ପକାଇବା ଲକଡାଉନ୍ ସମୟରେ କଣ ଖୋଲା ରହିବ । କାହା ଉପରେ ରହିଛି କଟକଣା ।
କ’ଣ ଖୋଲା
– ହସ୍ପିଟାଲ, ନର୍ସିଂହୋମ୍‌ ଓ ଟେଲି ମେଡିସିନ ସେବା
– ଆମ୍ବୁଲାନ୍ସ ସେବା, ଫାର୍ମାସ୍ୟୁଟିକାଲ୍ ଓ ମେଡିକାଲ ରିସର୍ଚ୍ଚ ଲ୍ୟାବ
– ଭେଟେନାରୀ ହସ୍ପିଟାଲ, ପାଥୋଲୋଜି ଲ୍ୟାବ୍‌
– କୋଭିଡ୍‌ ନିୟନ୍ତ୍ରଣ ପାଇଁ ନିୟୋଜିତ ଅନୁଷ୍ଠାନ
– ସ୍ୱାସ୍ଥ୍ୟ କର୍ମୀଙ୍କ ଗମନାଗମନ
– ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ
– ଅନଲାଇନରେ ଖାଦ୍ୟ ଓ ଅନ୍ୟ ସାମଗ୍ରୀ ହୋମ୍‌ ଡେଲିଭରୀ
– ବିଗ୍‌ବଜାର, ରିଲାଏନ୍‌ସ ଫୋରମରୁ ହୋମ୍‌ ଡେଲିଭରୀ
– ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଓ ୱେବ୍‌ ମିଡିଆ କର୍ମଚାରୀଙ୍କୁ ଯାଆସ
– କେନ୍ଦ୍ର ସରକାରଙ୍କ ଅଧୀନ ସଂସ୍ଥା ଓ ଅଫିସ କାର୍ଯ୍ୟ କରିପାରିବେ
– ବ୍ୟାଙ୍କିଂ ସେବା ଓ ଏଟିଏମ୍‌ କାର୍ଯ୍ୟ କରିବ
– ମାଲ୍‌ ପରିବହନ, କୃଷି, ଆନୁଷଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ
– କେବଳ ଅନୁମତିରେ ବାହାଘର ଓ ଶେଷକୃତ୍ୟ

କ’ଣ ବନ୍ଦ
– ସାଧାରଣ ବସ୍‌ ସେବା
– ସବୁ ଶିକ୍ଷାନୁଷ୍ଠାନ, ତାଲିମ କେନ୍ଦ୍ର ଓ କୋଚିଂ ସେଣ୍ଟର
– ପ୍ରଦର୍ଶନୀ, ମେଳା ଓ ବାଣିଜ୍ୟ ମେଳା
– ଟ୍ୟାକ୍‌ସି, ଅଟୋ ଓ କ୍ୟାବ୍‌ ସେବା
– ସିନେମା ହଲ, ମଲ୍‌, ମାକେର୍ଟ କମ୍ପ୍ଲକ୍ସ
– ଜିମ୍‌, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ସୁଇମିଂ ପୁଲ୍‌
– ଥିଏଟର, ପାର୍କ, ବାର୍‌ ଓ ଅଡିଟୋରିୟମ
– ଯାତ୍ରା, ଅପେରା ଓ ମୁକ୍ତାକାଶ ରଙ୍ଗମଞ୍ଚ
– ସାଲୁନ, ସ୍ପା, ବିୟୁଟି ପାର୍ଲର
– ସାମାଜିକ, ରାଜନୈତିକ, କ୍ରୀଡ଼ା କାର୍ଯ୍ୟକ୍ରମ

Leave A Reply

Your email address will not be published.