Latest Odisha News

BREAKING NEWS

ଦ୍ୱିତୀୟ ଥର ପ୍ରୟାସ କରି ପ୍ରଶାନ୍ତ କିଶୋର କାହିଁକି କଂଗ୍ରେସରେ ଯୋଗ ଦେଲେନି ?

ନୂଆଦିଲ୍ଲୀ: ସମସ୍ତ ପ୍ରୟାସ ସତ୍ତ୍ୱେ କଂଗ୍ରେସର ପ୍ରସ୍ତାବକୁ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଅନେକ ଥର ଆଲୋଚନା ପରେ ଦଳରେ ପିକେଙ୍କ ଭୂମିକାକୁ ନେଇ କଂଗ୍ରେସ ସହମତି ପ୍ରକାଶ କରିନଥିବା ସୂଚନା ରହିଛି । ତେଣୁ ଉଭୟ ପକ୍ଷ ଟ୍ୱିଟ୍ କରି ପିକେ କଂଗ୍ରେସରେ ସାମିଲ ହେବେ କି ନାହିଁ ସସପେନ୍ସ ଉପରୁ ପରଦା ହଟାଇଛନ୍ତି।

BjdElectrycity

ପ୍ରଶାନ୍ତ କିଶୋରଙ୍କ ପ୍ରସ୍ତାବ ଉପରେ ରିପୋର୍ଟ ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଠ ଜଣ ବରିଷ୍ଠ ନେତାଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଯେଉଁଥିରେ ଦିଗବିଜୟ ସିଂହ, ପି ଚିଦାମ୍ବରମ, ଆମ୍ବିକା ସୋନି, ରଣଦୀପ ସୁରଜେଓ୍ୱାଲା, ଜୟରାମ ରମେଶ ଭଳି ନେତା ପିକେଙ୍କ ସହ ବିସ୍ତୃତ ଆଲୋଚନା ପରେ ସୋନିଆ ଗାନ୍ଧୀଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ । ଏହା ପରେ ସୋନିଆ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏକ ଅଫିସିଆଲ ଆକ୍ସନ ଗ୍ରୁପ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ।

ପିକେ କଂଗ୍ରେସରେ ନିଜର ଭୂମିକା କଣ ରଖିବେ ସେ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ସେ ଚାହୁଁଥିଲେ କେବଳ ଗୋଟିଏ କମିଟିର ସଦସ୍ୟ ହେବା ପାଇଁ । ଯାହାକୁ କଂଗ୍ରେସ ନେତୃତ୍ୱ ଗ୍ରହଣ କରିନଥିଲା ବୋଲି ସୂଚନା ରହିଛି । ଦୀର୍ଘ ଦିନ ଧରି ସେ କଂଗ୍ରେସର ଛାମୁଆ ନେତାଙ୍କ  ସହ ଯୋଗାଯୋଗରେ ଥିଲେ ।

ନିକଟରେ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରଶାନ୍ତ କିଶୋର କଂଗ୍ରେସ ନେତୃତ୍ୱ ସହ ନୂଆ କରି ଆଲୋଚନା ଆରମ୍ଭ କରିବା ସହ ଦଳରେ ବଡ଼ ଧରଣର ପରିବର୍ତ୍ତନ ନେଇ ବିସ୍ତୃତ ପରାମର୍ଶ ଦେଇଥିଲେ। ଏହାପୂର୍ବରୁ ଗତ ବର୍ଷ ମଧ୍ୟଭାଗରେ ମଧ୍ୟ ପି.କେ କଂଗ୍ରେସ ନେତୃତ୍ୱଙ୍କ ସହ ଯୋଗାଯୋଗରେ ଥିଲେ। ସୂତ୍ର ଅନୁସାରେ ପିକେ କଂଗ୍ରେସକୁ ପାଖାପାଖି 400 ଲୋକସଭା ଆସନ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ଏବଂ ସାଙ୍ଗଠନିକ ଓ ଜନସମ୍ପର୍କ ରଣନୀତିରେ ବଡ଼ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ । ଅନୁମାନ କରାଯାଉଥିଲା ଯେ ଏଥର ପିକେ କଂଗ୍ରେସରେ ଯୋଗଦେବେ ଏବଂ ତାଙ୍କୁ ମହାସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇ ନିର୍ବାଚନ ଦାୟିତ୍ୱ ନେବାକୁ କୁହାଯାଇପାରେ । କାରଣ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ପିକେଙ୍କ ପ୍ରେଜେନଟେସନ ଦ୍ୱାରା ପ୍ରଭାବିତ ହୋଇଥିଲେ।

କିନ୍ତୁ ପ୍ରଶାନ୍ତ କିଶୋର ଚାହୁଁଥିଲେ ଦଳର ବିଭିନ୍ନ ବଡ ବଡ ନିଷ୍ପତ୍ତିରେ ତାଙ୍କୁ ପଚରାଯାଉ । ସେହିପରି ଦଳର ବିଭିନ୍ନ ପରିବର୍ତ୍ତନରେ ତାଙ୍କର ଭୂମିକା ରହୁ । ଯାହାକୁ ନେଇ ରାହୁଲଙ୍କ କ୍ୟାମ୍ପ ନାକ ଟେକିଥିଲେ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ ପ୍ରଶାନ୍ତ କିଶୋରଙ୍କୁ ହଠାତ୍ ସବୁ ବଡ ଦାୟିତ୍ୱ ଦେଇଥିଲେ ଭବିଷ୍ୟତରେ ଦଳ ବଡ ଅଡୁଆରେ ସାମ୍ନା କରିପାରେ ବୋଲି ରାହୁଲଙ୍କ ଗୋଷ୍ଠୀ ଚିନ୍ତା କରିଥିଲେ । ସେହିପରି ଦୁଇ ଦିନ ତଳେ ପିକେଙ୍କ ଆଇ-ପିଏସି ଟିଆରଏସ ପାଇଁ ନିର୍ବାଚନ ରଣନୀତିକାର ହେବ ବୋଲି ଚୁକ୍ତି କରିଛି । ଏହାପରେ ପ୍ରଶାନ୍ତଙ୍କୁ ଦଳରେ ସାମିଲ କରିବା ନେଇ କଂଗ୍ରେସର ଛାମୁଆ ନେତା କେଁ ବାହାର କରିଥିଲେ।

Leave A Reply

Your email address will not be published.