Latest Odisha News

କେମିତି ହେବ ଓଡ଼ିଶା ବିଜେପିର ରଣନୀତି: କେନ୍ଦ୍ରୀୟ ନେତାଙ୍କ ସହ କଥା ହୋଇ ଫେରିଲେ ମନମୋହନ

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ଯାଣ୍ଡ ବିଜୟ ହେବା ପରେ ଖୁସିରେ ଗଦ ଗଦ ଥିବା ସମାନ ସଫଳତାକୁ ଅନ୍ୟ ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ଦୋହରାଇବାକୁ ଲକ୍ଷ୍ଯ ରଖିଛି। ଏଥିପାଇଁ ଦିଲ୍ଲୀରେ ବିଜେପି ନେତା ବୈଠକ କରୁଥିବା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଡାକରା ପାଇ ଯାଇଥିଲେ।

ଦିଲ୍ଲୀରେ କେନ୍ଦ୍ର ନେତୃତ୍ବଙ୍କ ସହ କଥା ହୋଇ ଓଡ଼ିଶା ଫେରିବା ପରେ ମନମୋହନ ସାମଲ କହିଛନ୍ତି, ଆଗାମୀ ଦିନରେ ଓଡିଶାରେ କିଭଳି ରଣନୀତି ହେବ ସେ ନେଇ ଡାକରା ହୋଇଥିଲା। କେନ୍ଦ୍ରୀୟ ନେତୃତ୍ଵଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ପୁଣି ଥରେ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି ମନମୋହନ ସାମଲ।

ଲୋକଙ୍କ ସହ ଯୋଡି ହେବାକୁ କେନ୍ଦ୍ର ବିଜେପି ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ନିଜ ଅଞ୍ଚଳ ଏବଂ ଏହାର ଆଖପାଖ ପଞ୍ଚାୟତ ଯିବାକୁ କେନ୍ଦ୍ରୀୟ ନେତୃତ୍ୱ ଟାସ୍କ ଦେଇଛନ୍ତି ବୋଲି କହିଛନ୍ତି। ଏବେ ସୁଦ୍ଧା ୧୨ ଶହ ପାଖାପାଖି ପଞ୍ଚାୟତ ଗସ୍ତ କରିଛନ୍ତି ରାଜ୍ୟ ବିଜେପିର ନେତାମାନେ। ବାକି ୫୦୦୦ ପଞ୍ଚାୟତ ଗୁଡ଼ିକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା।

ଶୀର୍ଷ ନେତୃତ୍ଵଙ୍କ ଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ ଢ ତୃଣମୂଳ ସଙ୍ଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ।ଲୋକେ ଚାହୁଁଛନ୍ତି ଓଡିଶାରେ ବିଜେପି ସରକାର ହେଉ, ଡବଲ ଇଂଜିନର ସରକାର ଲୋକେ ଚାହୁଁଛନ୍ତି ବୋଲି ମନମୋହନ ସାମଲ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୯ରୁ ମେଣ୍ଟ ଭାଙ୍ଗିବା ପରେ ବିଜେପି ଆଗରେ ସବୁଠୁ ବଡ଼ ଆହ୍ବାନ ପାଲଟିଛି ଶାସକ ଦଳ ବିଜୁ ଜନତା ଦଳ। ୨୦୧୪ରେ ମୋଦୀ ସରକାର କ୍ଷମତା ହେବା ପରେ ଉତ୍ସାହିତ ଥିବା ଏହି ଦଳ ଯଦିଓ ଅନେକ ନାରା ଦେଇଛି କିନ୍ତୁ ଏଯାବତ ବିଫଳ ହୋଇଛି। ରାଜ୍ୟରେ ସରକାର ବିରୋଧୀ ହାଓ୍ବା ରହିଥିଲେ ମଧ୍ୟ ଦିଲ୍ଲୀରେ ବିଜେଡି ଓ ବିଜେପି କୋଳାକୋଳି ରାଜ୍ୟ ବିଜେପି ପ୍ରତି ଲୋକଙ୍କ ଆସ୍ଥା ତୁଟୁଥିବା କୁହାଯାଉଛି।

Leave A Reply

Your email address will not be published.