ନୂଆଦିଲ୍ଲୀ: ଲକଡାଉନ୍ ୩.୦ ତଥା ମେ’ ୧୭ ପରେ କ’ଣ ହେବ । କିଛି ଏଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧି । କଂଗ୍ରେସ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସୋନିଆ ପ୍ରଶ୍ନ କରିଛନ୍ତି, ଆସନ୍ତା ୧୭ ତାରିଖ ପରେ କ’ଣ ହେବ । ତାଲାବନ୍ଦ ବଢିବ ନା ନାହିଁ। ସରକାର କେଉଁ ଆଧାରରେ ନିଷ୍ପତି ନେଉଛନ୍ତି ବୋଲି ସୋନିଆ ପ୍ରଶ୍ନ କରିଛନ୍ତି ।
ସୋନିଆଙ୍କ ଏହି ପ୍ରଶ୍ନରେ ସ୍ୱର ମିଳାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଲକଡାଉନ୍ ପରେ ସରକାରଙ୍କ ପାଖରେ କ’ଣ ଯୋଜନା ରହିଛି ଏନେଇ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି ।
ଆଜି କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ପଞ୍ଜାବ, ଛତିଶଗଡ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ତାଲାବନ୍ଦ ନେଇ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ ସୋନିଆ । ଏଥିରେ ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କଠାରୁ ପ୍ୟାକେଜ ଦାବି କରିଥିଲେ । ଆଜିର ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଓ ଅନ୍ୟ ନେତା ଉପସ୍ଥିତ ଥିଲେ ।
କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍ଡାଉନ୍ ଜାରି ହୋଇଛି। ଏହାର ସମୟ ସୀମାକୁ ମେ ୧୭ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃଦ୍ଧି କରିଛନ୍ତି। ତେବେ ଏହାପରେ ସରକାରଙ୍କ କରୋନା ରଣନୀତି କିଭଳି ରହିବ ସେନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ପ୍ରଶ୍ନ କରିଛନ୍ତି।
Comments are closed.