Latest Odisha News

ଆସନ୍ତୁ ଜାଣିବା କଣ ହେବ ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲରେ ବର୍ଷା ହୁଏ

ଗୁୟାନା: ଟି୨୦ ବିଶ୍ୱକପ ସେମିଫାଇନାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ଗୁୟାନାରେ ଏହି ମ୍ୟାଚ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲ ପାଇଁ କୌଣସି ରିଜର୍ଭ ଦିବସ ରଖଯାଇ ନାହିଁ । ଦ୍ୱିତୀୟ ସେମିଫାଇନାଲ ଓ ଫାଇନାଲ ମଧ୍ୟରେ ଗୋଟିଏ ଦିନର ବ୍ୟବଧାନର ଥିବାରୁ ଆଇସିସି ଏହି ନିଷ୍ପତି ଗ୍ରହଣ କରିଛି । ଯଦି ଏହି ମ୍ୟାଚରେ ବର୍ଷା ହୁଏ ତେବେ କେଉଁ ଟିମ ଫାଇନାଲକୁ ଯିବ ସେ ନେଇ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ୨୭ ଜୁନରେ ବର୍ଷା ଆଶଙ୍କା ମଧ୍ୟ ରହିଛି । ଯଦି ମ୍ୟାଚ ସମ୍ପୂର୍ଣ୍ଣ ଭାବେ ବାତିଲ ହେବ ତେବେ ଭାରତ ଫାଇନାଲରେ ପ୍ରବେଶ କରିବ । ରୋହିତ ଶର୍ମାଙ୍କ ଟିମ ସୁପର ଏଇଟରେ ଶୀର୍ଷ ସ୍ଥାନରେ ରହିଛି ।

ନିୟମ ଅନୁସାରେ ସୁପର ଏଇଟରେ ପ୍ରଥମ ସ୍ଥାନରେ ଥିବା ଟିମ ମ୍ୟାଚ ବାତିଲ ହେଲେ ସ୍ୱତଃ ଫାଇନାଲକୁ ଉନ୍ନୀତ ହେବ । ଭାରତ ଶୀର୍ଷରେ ଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ୨୦୨୦ ମହିଳା ଟି୨୦ ବିଶ୍ୱକପ ବର୍ଷା ଯୋଗୁ ଧୋଇ ହୋଇ ଯାଇଥିଲା । ଗ୍ରୁପ ରାଉଣ୍ଡରେ ଶୀର୍ଷରେ ଥିବାରୁ ଭାରତ ଫାଇନାଲରେ ପ୍ରବେଶ କରିଥିଲା ।

Leave A Reply

Your email address will not be published.