Latest Odisha News

BREAKING NEWS

ପାକିସ୍ତାନ ପାଇଁ ବଢ଼ିଲା ବିପଦ, ଆଜି ରାତିରେ…

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଳିପୋଶି ବଡ଼ କରୁଥିବା ପାକିସ୍ତାନ ଉପରେ ଆଫଗାନିସ୍ତାନର ଘନ ଘନ ଆକ୍ରମଣ । ଜବାବୀ ଆକ୍ରମଣକୁ ଜୋରଦାର କରିଛି ଆଫଗାନିସ୍ତାନର ତାଲିବାନୀ ସେନା । ଆଫଗାନିସ୍ତାନର ଆକ୍ରମଣରେ ପାକିସ୍ତାନର ୫୫ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ତାଲିବାନ । ଏଥି ସହ ୩୦ରୁ ଅଧିକ ପାକ୍ ସୈନ୍ୟ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, । ହେଲମାଣ୍ଡ, ପାକଟିଆ, କୁନାର, ନାଙ୍ଗରହର. ଖୋସ୍ତ ପ୍ରଦେଶର ବିଭିନ୍ନ ଚେକ୍ ପୋଷ୍ଟ ଉପରେ ଆଟାକ୍ କରିଛି ତାଲିବାନ  । ବିଶେଷକରି କୁରାମ, ବାଜୌର, ନର୍ଥ ୱାଜିରିସ୍ତାନ ଚେକ୍ ପୋଷ୍ଟ ଉପରେ ହୋଇଛି ଆଟାକ୍ । ଏଥିରେ ୫୫ରୁ ଅଧିକ ପାକ୍ ସୈନ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ୩୦କୁ ଅଧିକ ଆହତ ହୋଇଛନ୍ତି । କାବୁଲ ସେନା ଆକ୍ରମଣକୁ ଏତେ ତୀବ୍ର କରିଥିଲା ଯେ, ପାକିସ୍ତାନ ସେନା ଛତ୍ରଭଙ୍ଗ ଦେଇଛି । ସେହିଭଳି ଆଫଗାନିସ୍ତାନ ସେନା ବହୁ ଚେକ୍ ପୋଷ୍ଟ ଅକ୍ତିଆର କରିଛି । ଦୁଇଟି ପାକିସ୍ତାନୀ ଆଉଟ ପୋଷ୍ଟ ଧ୍ବଂସ ହୋଇଥିବା ଦାବି କରିଛି ତାଲିବାନୀ ସେନା …ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜରିଆରେ ଆକ୍ରମଣ ପରେ ଆକ୍ରମଣ କରିଥିଲା ଆଫଗାନିସ୍ତାନ ସେନା..

ଦୁଇ ଦିନ ତଳେ ପାକିସ୍ତାନ ସେନା, କାବୁଲର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା । ଆଉ ଏହାର ବଦଲା ନେଇଛି ଆଫଗାନିସ୍ତାନ । ପାକିସ୍ତାନ ସେନା କାବୁଲ ଉପରେ କରିଥିଲେ ଆକ୍ରମଣ । ତେହେରିକ-ତାଲିବାନ-ପାକିସ୍ତାନ ବା ଟିଟିପି ଉପରେ ପାକିସ୍ତାନ ସେନା କରିଥିଲେ ଏୟାରଷ୍ଟ୍ରାଇକ୍ । ରକେଟ୍ ମାଡ଼ରେ ଥରହର ହୋଇଥିଲା ବହୁ ଅଞ୍ଚଳ । ପାକିସ୍ତାନୀ ସେନାର ଟାର୍ଗେଟରେ ଥିଲା ଟିଟିପି ମୁଖ୍ୟ ମୁଫତୀ ନୂର ବଲୀ ମହସୂଦ । ଦାବି ଅନୁସାରେ, ମହସୂଦ ବର୍ତ୍ତି ଯାଇଥିବାବେଳେ ତା ପୁଅର ମୃତ୍ୟୁ ହୋଇଛି । ପାକିସ୍ତାନ ଫାଇଟର ଜେଟ୍ ମହସୂଦର ଗେଷ୍ଟ ହାଉସ୍ ଓ କାର୍ ଉପରେ ଆଟାକ୍ କରିଥିଲେ । ଏହି ଆକ୍ରମଣରେ ପୂରା କାବୁଲ୍ ଥରହର ହୋଇ ଉଠିଥିଲା ।  ଆଫଗାନିସ୍ତାନ ଉପରେ ଆକ୍ରମଣ କରିବା ପୂର୍ବରୁ ସୀମାରେ ରାଡାର ସିଷ୍ଟମ ଆକଟିଭ୍ କରିଥିଲା ପାକ୍ ସେନା । ଆତଙ୍କବାଦୀ ଉପରେ ଏହି ଆକ୍ରମଣ ହୋଇଥିବା ପାକିସ୍ତାନ କହିଥିବାବେଳେ ଏହାକୁ ନିନ୍ଦା କରିଛି ତାଲିବାନ ପ୍ରଶାସନ..

 

Comments are closed.