Latest Odisha News

ୱେଲକମ ବ୍ୟାଗରେ ଆଥଲେଟଙ୍କୁ କଣ୍ଡୋମ, ଫୋନ ସମେତ ଏହି ସବୁ ସାମଗ୍ରୀ ଦିଆଯାଉଛି

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଛି । ଏଥର ୧୦ ହଜାରରୁ ଊର୍ଦ୍ଧ୍ୱ ଆଥଲେଟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କ୍ରୀଡା ଭିଲେଜରେ ପଂହଚିବା ପରେ ଆଥଲେଟମାନଙ୍କୁ ୱେଲକମ ବ୍ୟାଗ ପ୍ରଦାନ କରାଯାଉଛି । ଏବେ ଏହା ମଧ୍ୟରେ ଥିବା ସାମଗ୍ରୀକୁ ନେଇ ଚର୍ଚ୍ଚା ଜୋର ଧରିଛି । କଣ୍ଡୋମ ଓ ଫୋନ ପରି ସାମଗ୍ରୀ ଏଥିରେ ରହିଛି । ଡେଲିମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ବ୍ୟାଗରେ କଣ୍ଡୋମ ଏବଂ ଇଂଟିମେସି ସହିତ ଜଡିତ ଅନ୍ୟ ମେଡିକାଲ ସାମଗ୍ରୀ ମଧ୍ୟ ରହିଛି । କାନାଡା ଆଥଲେଟମାନେ ସେମାନଙ୍କୁ ମିଳିଥିବା ସାମଗ୍ରୀକୁ ଟିକଟକରେ ଶେୟାର କରିଛନ୍ତି ।

ଜଣେ ଆଥଲେଟଙ୍କ କହିବା ଅନୁସାରେ ପ୍ରଦର୍ଶନ ପରେ ନିଶ୍ଚିତ ଭାବେ ରୁମରେ ମନୋରଞ୍ଜନ କରିହେବ । ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସରେ ଭାରତର ୧୧୭ଜଣ ଆଥଲେଟ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିବେ । ଆଥଲେଟିକ୍ସରେ ୨୯, ଶୁଟିଂରେ ୨୧ ଓ ହକିରେ ୧୯ଜଣ ଖେଳାଳି ରହିଛନ୍ତି । ଏହି ୬୯ ଖେଳାଳିଙ୍କ ମଧ୍ୟରୁ ୪୦ଜଣ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି ।

Comments are closed.