ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ଡ୍ର ରଖିବା ଏବେ ଭାରତୀୟ କ୍ରିକେଟ ଟିମଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ନୂଆ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଅନ୍ୟ ଅର୍ଥରେ କୋଚ ଗୌତମ ଗମ୍ଭୀର ଓ ଗିଲଙ୍କ ମଧୂଚନ୍ଦ୍ରିକା ପର୍ଯ୍ୟାୟ ଶେଷ ହୋଇଛି । ୱାର୍ଲ୍ଡ ଟେଷ୍ଟ ସିରିଜରେ ପ୍ରତ୍ୟେକ ଟିମ ଗୋଟିଏ ସାଇକେଲରେ ୬ଟି ମ୍ୟାଚ (୩ଟି ଘରେ, ୩ଟି ବାହାରେ) ଖେଳିବ । ଇଂଲଣ୍ଡ ଗସ୍ତରେ ଭାରତ ସିରିଜ ଖେଳିବା ପରେ ଏବେ ଅକ୍ଟୋବରରେ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜ ସହ ୨ଟି ଟେଷ୍ଟ ଖେଳିବ । ଏହା ପର ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ ଖେଳିବ ।
୨୦୨୬ରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ସେଠାରେ ମଧ୍ୟ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିcବ । ୨୦୨୭ ଫେବୃୟାରୀରେ ଭାରତ ତାର ଶେଷ ସିରିଜ ଅଷ୍ଟ୍ରେଲିଆ ବିପକ୍ଷରେ ହୋମଗ୍ରାଉଣ୍ଡରେ ଖେଳିବ । ଏହି ଗସ୍ତ ପୂର୍ବରୁ ଫାଇନାଲ ପ୍ରବେଶ କରିବା ଲକ୍ଷ୍ୟରେ ରହିବ ଟିମ ଇଣ୍ଡିଆ । ୨୦୨୧ରେ ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ଏବଂ ୨୦୨୩ରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା ।
Comments are closed.