Latest Odisha News

ହ୍ଵାଟସଆପ ନେଲା ବଡ କାର୍ଯ୍ୟାନୁଷ୍ଠାନ, ୭୦ ଲକ୍ଷ ଭାରତୀୟ ଆକାଉଣ୍ଟକୁ କଲା ବ୍ୟାନ

ନୂଆଦିଲ୍ଲୀ: ପ୍ରାୟ ପ୍ରତି ମାସରେ ସୋସିଆଲ ମିଡିଆର ଲୋକପ୍ରିୟ ଆପ ହ୍ଵାଟସଆପ କିଛି ନା କିଛି କାରଣ ଦର୍ଶାଇ ଲକ୍ଷ ଲକ୍ଷ ଆକାଉଣ୍ଟ ବ୍ୟାନ କରିବାରେ ଲାଗିଛି । ହ୍ଵାଟସଆପ ନିୟମ ନମାନିବା କିମ୍ବା ଠକେଇ କରିବା ପରି ଅଭିଯୋଗ କାରଣରୁ ହ୍ଵାଟସଆପ ଏପରି ନିଷ୍ପତି ନେଉଛି । ମେଟାର ଏହି ମେସେଜିଂ ଆପର ଏକ ରିପୋର୍ଟ ଅନୁସାରେ ୧ ଏପ୍ରିଲ୍ ୨୦୨୪ ରୁ ୩୦ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ଏହା ପ୍ରାୟ ୭୧ ଲକ୍ଷ ଭାରତୀୟ ଉପଭୋକ୍ତାଙ୍କ ଆକାଉଣ୍ଟ ବନ୍ଦ କରିଦେଇଛି। ଅପବ୍ୟବହାରକୁ ରୋକିବା ଏବଂ ସେମାନଙ୍କ ପ୍ଲାଟଫର୍ମକୁ ସୁରକ୍ଷିତ କରିବା ପାଇଁ ହ୍ଵାଟସଆପ ଏପରି ପଦକ୍ଷେପ ନେଇଛି ।

ତେବେ କମ୍ପାନୀ ଏହା ମଧ୍ୟ କହିଛି ଯେ, ଯଦି ଉପଭୋକ୍ତାମାନେ ଏପରି ଭାବେ ନିୟମ ଭାଙ୍ଗିବା ଜାରି ରଖନ୍ତି, ତେବେ ଆଗକୁ ମଧ୍ୟ ହ୍ଵାଟସଆପ ଏପରି ଆକାଉଣ୍ଟକୁ ବ୍ୟାନ କରିବ । ହ୍ବାଟସଆପ୍ ଗତ ଏପ୍ରିଲ୍ ମାସରେ ମୋଟ ୭୧ ଲକ୍ଷ ୮୨ ହଜାର ଆକାଉଣ୍ଟ ବ୍ୟାନ କରିଛି । ଏଥିମଧ୍ୟରୁ ୧୩ ଲକ୍ଷ ୨ ହଜାର ଆକାଉଣ୍ଟକୁ ବିନା କୌଣସି ଅଭିଯୋଗରେ ହ୍ବାଟସଆପ ବ୍ୟାନ କରିଛି । ବାସ୍ତବରେ, ହ୍ବାଟସଆପ ଅପବ୍ୟବହାରକୁ ରୋକିବାକୁ ପ୍ରଥମରୁ ହିଁ ଚେଷ୍ଟା କରିଥାଏ । କେଉଁ ଆକାଉଣ୍ଟ ଅପବ୍ୟବହାର ପାଇଁ ଖୋଲା ଯାଇଛି ତାହା ଜାଣିବାକୁ ହ୍ବାଟସଆପ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ କରିଥାଏ । ଏହି ଟେକ୍ନୋଲୋଜି ଦ୍ଵାରା ଅପବ୍ୟବହାର ପାଇଁ ଖୋଲା ଯାଇଥିବା ଆକାଉଣ୍ଟ ବିଷୟରେ ସଙ୍କେତ ଦେଇଥାଏ ।

 

Leave A Reply

Your email address will not be published.