ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ୟୁଜର୍ସଙ୍କୁ ମିଳିବ ଶକ୍ତ ଧକ୍କା । ଖୁବ ଶିଘ୍ର ବ୍ୟବହାର କରାଯାଉଥିବା କିଛି ଫୋନରେ ବନ୍ଦ ହୋଇଯିବ ହ୍ଵାଟ୍ସଆପ୍ ସେବା । ଆଜିଠାରୁ ଅନେକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଫୋନରେ ହ୍ଵାଟ୍ସଆପ୍ ସପୋର୍ଟ ବନ୍ଦ ହୋଇଯିବ।
ହ୍ଵାଟ୍ସଆପ୍ ଅକ୍ଟୋବର ୨୪ରୁ କିଛି ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ସ୍ମାର୍ଟଫୋନ୍ ପାଇଁ ସପୋର୍ଟ ବନ୍ଦ କରିବା କଥା ସୂଚନା ଦେଇଥିଲା । ମେଟା ମାଲିକାନା ପ୍ଲାଟଫର୍ମର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଆଣ୍ଡ୍ରଏଡ୍ OS 5.0 କିମ୍ବା ତଦୁର୍ଦ୍ଧ ଚାଲୁଥିବା ଆଣ୍ଡ୍ରଏଡ୍ ଫୋନରେ ହ୍ଵାଟ୍ସଆପ୍ ସପୋର୍ଟ ବନ୍ଦ ହୋଇଯିବ । ବର୍ତ୍ତମାନ, ହ୍ଵାଟ୍ସଆପ୍ ଆଣ୍ଡ୍ରଏଡ୍ ଫୋନ୍ ଅପରେଟିଂ ସିଷ୍ଟମ୍ ଭର୍ସନ ୫.୧ ଏବଂ ତଦୁର୍ଦ୍ଧରେ କାମ କରିବ। ଏହା ବ୍ୟତୀତ, ଏହା ଆଇଫୋନ୍ ପାଇଁ iOS ୧୨ ଏବଂ ଏହାଠୁ ଉପର ଭର୍ସନରେ କାମ କରିବ।
ହ୍ଵାଟ୍ସଆପ୍ ସମୟ ସମୟରେ ଏହା ଜାରି ରଖିଥାଏ କାରଣ ଏହା ଫିଚର୍ ଏବଂ ଇଣ୍ଟରଫେସକୁ ଅପଡେଟ୍ କରି ରଖେ ଏବଂ ପୁରୁଣା ଡିଭାଇସରେ ସପୋର୍ଟ ଶେଷ କରିଦିଏ । ତେବେ ଯଦି ଆପଣଙ୍କ ଫୋନରେ ହ୍ବାଟ୍ସଆପ୍ ବନ୍ଦ ହୋଇଯାଉଛି, ତାହେଲେ ଆପଣଙ୍କୁ ତୁରନ୍ତ ଏକ ନୂଆ ଅପରେଟିଂ ସିଷ୍ଟମକୁ ଯିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ଏକ ନୂଆ ଫୋନ୍ କିଣିବାକୁ ପଡ଼ିବ।
କେଉଁ ଫୋନରେ ବନ୍ଦ ହେବ ହ୍ଵାଟ୍ସଆପ୍ ସେବା:
Sony Xperia Z, LG Optimus G Pro, Samsung Galaxy S2, Samsung Galaxy Nexus, HTC Sensation, Motorola Droid Razr, Sony Xperia S2, Motorola Xoom, Samsung Galaxy Tab 10.1, Asus Eee Pad Transformer, Acer Iconia Tab A5003, Samsung Galaxy S, HTC Desire HD, LG Optimus 2X, Sony Ericsson Xperia Arc3, Nexus 7, Samsung Galaxy Note 2, HTC One.
Comments are closed.