Latest Odisha News

BREAKING NEWS

ଲଞ୍ଚ୍ ହେବାକୁ ଯାଉଛି ହ୍ୱାଟସ୍ ଆପ୍‌ର ନୂତନ ମଲ୍ଟି ଆକାଉଣ୍ଟ୍ ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲଞ୍ଚ ହେବାକୁ ଯାଉଛି ହ୍ୱାଟସ୍ ଆପ୍‌ର ଆଉ ଏକ ଫିଚର। ଏଣିକି ୟୁଜର୍ସ ପ୍ରତ୍ୟେକ ମଲ୍ଟିପୁଲ ଡିଭାଇସରେ ଏକାସହ ଖୋଲିପାରିବେ ନିଜ ଆକାଉଣ୍ଚ। ଯାହା ଦ୍ୱାରା ଆପଣଙ୍କର ବହୁତ ଲାଭ ହେବ। ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ଆଣ୍ଡ୍ରଏଡ୍, ଆଇଓଏସ୍, ୱିଣ୍ଡୋଜ୍ ଏବଂ ମ୍ୟାକ୍‌ଓଏସ୍ ସହିତ ସମସ୍ତ ପ୍ଲାଟଫର୍ମରେ କମ୍ପେନିୟନ ମୋଡ୍ ଉପଲବ୍ଧ କରିଛି। କମ୍ପେନିୟନ ମୋଡ୍ ୟୁଜର୍ସଙ୍କୁ ପ୍ରାଇମେରୀ ଡିଭାଇସରୁ ଲଗ୍ ଆଉଟ୍ ନକରି ଅନ୍ୟ ଚାରିଟି ଡିଭାଇସରେ ସମାନ ହ୍ୱାଟସ୍ ଆପ୍ ଆକାଉଣ୍ଟ୍ ବ୍ୟବହାର କରିବାକୁ ଅନୁମତି ଦେଇଛି। ଖବର ଅନୁଯାୟୀ, ବର୍ତ୍ତମାନ କମ୍ପାନୀ ମଲ୍ଟି ଆକାଉଣ୍ଟ ସପୋର୍ଟ ଫିଚର ଉପରେ କାମ କରୁଛି।

WABetaInfo ର ରିପୋର୍ଟ ଅନୁଯାୟୀ, ମଲ୍ଟି ଆକାଉଣ୍ଟ୍ ଫିଚର ଏବେ ଡେଭେଲପମେଣ୍ଟ ପର୍ଯ୍ୟାୟରେ ଅଛି ଏବଂ ଏହାକୁ ଏପର୍ଯ୍ୟନ୍ତ ବିଟା ଟେଷ୍ଚିଂ ପାଇଁ ଆରମ୍ଭ କରାଯାଇନାହିଁ। ଅବଶ୍ୟ ଏହି ଫିଚର ହ୍ୱାଟସ୍ ଆପ୍‌ ଫର୍ ବିଜନେସ ଭର୍ସନ ୨.୨୩.୧୩.୫ ରେ ମିଳିଛି ଯାହା ଗୁଗୁଲ୍ ପ୍ଲେ ଷ୍ଟୋରରେ ପୂର୍ବରୁ ଉପଲବ୍ଧ। ଏହା ସମ୍ଭବତଃ ହ୍ୱାଟସ୍ ଆପ୍ ଶୀଘ୍ର ବିଟା ବ୍ୟବହାରକାରୀଙ୍କ ସହିତ ଫିଚର ଟେଷ୍ଟିଂ କରିବା ଆରମ୍ଭ କରିବ। ତେବେ ବର୍ତ୍ତମାନ ସୁଦ୍ଧା ଏହା ବିଷୟରେ କୌଣସି ଅଫିସିଆଲ ସୂଚନା ପ୍ରକାଶ କରାଯାଇ ନାହିଁ।

ଖବର ଅନୁଯାୟୀ, ହ୍ୱାଟସ୍ ଆପ୍‌ରେ କମ୍ପାନୀ କିଛି ନୂତନ ବିକଳ୍ପ ଯୋଡିଛି ଯାହା ବ୍ୟବହାରକାରୀଙ୍କୁ ସମାନ ଆପ୍ ସହିତ ସଂଯୁକ୍ତ ଆକାଉଣ୍ଟ ବାଛିବା ପାଇଁ ଅନୁମତି ଦେବ। ଉପଭୋକ୍ତାମାନେ ଲଗଇନ୍ କରିବାକୁ ଏବଂ ଏହାକୁ ସୁଇଚ୍ କରିବାକୁ ଯେକୌଣସି ଏକ ଆକାଉଣ୍ଟ୍ ଚୟନ କରିପାରିବେ। ଥରେ ଆପଣଙ୍କର ଆକାଉଣ୍ଟ୍ ଲଗ୍ ଇନ୍ ହୋଇଗଲେ, ଆପଣ ଡିଭାଇସରୁ ମାନୁଆଲ୍ ଲଗ୍ ଆଉଟ୍ ନହେବା ପର୍ଯ୍ୟନ୍ତ ଏହା ଲଗ୍ ଇନ୍ ହୋଇ ରହିବ। ଏହି ଫିଚର ଆପଣଙ୍କୁ କିପରି ସାହାଯ୍ୟ କରିବ ଆସନ୍ତୁ ଜାଣିବା।

ହ୍ୱାଟସ୍‌ ଆପ୍‌ର ଏହି ମଲ୍ଟି ଆକାଉଣ୍ଟ୍ ଫିଚର ଏକ ଗୁରୁତ୍ୱପୂର୍ଣ୍ଣ ଫିଚର। ଏହା ସହିତ ୟୁଜର୍ସମାନେ ଏକାଧିକ ଇନଷ୍ଟାନ୍ସ ଇନଷ୍ଟଲ୍ ନକରି ନିଜର ବ୍ୟକ୍ତିଗତ ଏବଂ ୱର୍କ ହ୍ୱାଟସ୍‌ ଆପ୍‌ ଆକାଉଣ୍ଟକୁ ଗୋଟିଏ ଡିଭାଇସରେ ରଖିପାରିବେ। ଏହା ୟୁଜର୍ସଙ୍କ ପାଇଁ ଉତ୍ତମ ଗୋପନୀୟତା ଏବଂ ଆକାଉଣ୍ଟ ମ୍ୟାନେଜମେଣ୍ଟକୁ ମଧ୍ୟ ଏନାବଲ କରିବ। ବର୍ତ୍ତମାନ ଏହି ଫିଚର ଉପରେ ଟେଷ୍ଟିଂ ଚାଲିଛି।

Comments are closed.