Latest Odisha News

BREAKING NEWS

ଏଣିକି ହ୍ୱାଟସ୍ ଆପ୍ କଲ୍ ହେବ ଅଧିକ ସୁରକ୍ଷିତ, ବଜାୟ ରହିବ ଆପଣଙ୍କ ଗୋପନୀୟତା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମେସେଜିଂ ଆପ୍ ହ୍ୱାଟସ୍ ଆପରେ ଯୋଡି ହେଲା ନୂତନ ଫିଚର। ଉପଭୋକ୍ତାଙ୍କ ଗୋପନୀୟତା ବଢାଇବାକୁ ହ୍ୱାଟସ୍ ଆପ୍ ଦ୍ୱାରା ଏକ ନୂତନ ବୈଶିଷ୍ଟ୍ୟ ‘ପ୍ରୋଟେକ୍ସ ଆଇପି ଆଡ୍ରେସ ଇନ୍ କଲ’ ଯୋଗ କରାଯାଇଛି। ଏହି ବୈଶିଷ୍ଟ୍ୟ ସାହାଯ୍ୟରେ ଆପଣ ବର୍ତ୍ତମାନ ଆପଣଙ୍କର ଆଇପି ଆଡ୍ରସ ପ୍ରକାଶ ନକରି କଲ କରିପାରିବେ। ଏହି ଫିଚର ହ୍ୱାଟସ୍ ଆପ୍ ଦ୍ୱାରା ସେହି ଲୋକମାନଙ୍କ ପାଇଁ ଯୋଡି ହୋଇଛି ଯେଉଁମାନେ ସେମାନଙ୍କର ଗୋପନୀୟତା ବିଷୟରେ ବହୁତ ସଚେତନ ଅଟନ୍ତି ଏବଂ ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ ଅଟେ।

ହ୍ୱାଟସ୍ ଆପ୍ ପରି କଲିଂ ସେବା ପ୍ରଦାନ କରୁଥିବା ସମସ୍ତ ଆପ୍ ପିଅର ଟୁ ପିଅର କନେକଟିଭିଟି ଉପରେ କାମ କରେ। ଅର୍ଥାତ୍କ କଲ୍ ସମୟରେ କଥାବାର୍ତ୍ତା କରୁଥିବା ଉଭୟ ବ୍ୟକ୍ତି ପରସ୍ପରର ଆଇପି ଠିକଣା ଦେଖିବାକୁ ସକ୍ଷମ ହେବେ ଏବଂ ଇଣ୍ଟରନେଟ୍ ପ୍ରଦାନ କରୁଥିବା କମ୍ପାନୀ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବ।

‘ପ୍ରୋଟେକ୍ସ ଆଇପି ଆଡ୍ରେସ କଲ୍’ ଫିଚର ଟର୍ନ୍ ଅନ୍ କରିବା ଦ୍ୱାରା ଏହି ସମଗ୍ର ପଦ୍ଧତି ବଦଳିଯିବ। ଆଇପି ଆଡ୍ରେସ ପ୍ରକାଶ ନକରିବାକୁ, ହ୍ୱାଟସ୍ ଆପ୍ ଦୁଇ ଉପଭୋକ୍ତାଙ୍କ ମଧ୍ୟରେ ପିଅର-ଟୁ-ପିଅର୍ କନେକ୍ଟିଭିଟି ସ୍ଥାପନ କରିବା ପରିବର୍ତ୍ତେ ଏହାର ସର୍ଭର ମାଧ୍ୟମରେ ଟର୍ନ୍ ଅନ୍ ଥିବା ‘କଲ୍ ଆଇପି ଆଡ୍ରେସ ଇନ୍ କଲ୍’ ସହିତ ଉପଭୋକ୍ତାମାନଙ୍କ ଠାରୁ କଲ୍ ରିଲେ କରିବ। ଏହା ଦ୍ୱାରା ଆଇପି ଆଡ୍ରେସ ସଂପୂର୍ଣ୍ଣ ଲୁକ୍କାୟିତ ରହିବ।

କମ୍ପାନୀ କହିଛି ଯେ ଏହି ନୂତନ ଫିଚର ଟର୍ଣ୍ଣ କଲେ ଆଇପି ଆଡ୍ରେସ ଲୁକ୍କାୟିତ ହେବ ଏବଂ ଆପଣଙ୍କ ବାର୍ତ୍ତାଳାପ ମଧ୍ୟ ସଂପୂର୍ଣ୍ଣ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇ ରହିବ। ହ୍ୱାଟସ୍ ଆପ୍ ମଧ୍ୟ ତାହା ଶୁଣି ପାରିବ ନାହିଁ। ମେଟା ଏହାର ବ୍ଲଗରେ ଲେଖିଛି ଯେ ନୂତନ ବୈଶିଷ୍ଟ୍ୟ ‘ପ୍ରୋଟେକ୍ସ ଆଇପି ଆଡ୍ରେସ ଇନ୍ କଲ୍’ କୁ ସର୍ବଭାରତୀୟ ସ୍ତରରେ ଲଞ୍ଚ କରାଯାଇଛି।

ଆପଣ କିପରି ଏହି ବୈଶିଷ୍ଟ୍ୟ ଟର୍ଣ୍ଣ ଅନ୍ କରିବେ ?

  • ଏଥିପାଇଁ ସର୍ବପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଏବଂ ହ୍ୱାଟସ୍ ଆପର ସର୍ବଶେଷ ସଂସ୍କରଣ ଡାଉନଲୋଡ୍ କରନ୍ତୁ।
  • ତା’ପରେ ହ୍ୱାଟସ୍ ଆପର ସେଟିଂ ସମୂହର ଗୋପନୀୟତା ବିଭାଗକୁ ଯାଆନ୍ତୁ। ଏହାପରେ ଆଡଭାନ୍ସଡ ଉପରେ ଟ୍ୟାପ୍ କରନ୍ତୁ।
  • ବର୍ତ୍ତମାନ ଆପଣ ‘କଲ୍ ରେ ପ୍ରୋଟେକ୍ସ ଆଇପି ଆଡ୍ରେସ’ ଦେଖିବେ। ଏହାପରେ ଟର୍ଣ୍ଣ ଅନ୍ କ୍ଲିକ କରନ୍ତିୁ। ବର୍ତ୍ତମାନ କଲ୍ କରିବା ସମୟରେ ଆପଣଙ୍କର ଆଇପି ଆଡ୍ରେସ ଲୁକ୍କାୟିତ ରହିବ।

Comments are closed.