Latest Odisha News

BREAKING NEWS

ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ନେଇ ପୁଣିଥରେ ଚର୍ଚ୍ଚା

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀ । ନୂଆ ପ୍ରାଇଭେସି ପଲିସୀ ଅନୁସାରେ ୟୁଜର୍ସ ଯଦି ସର୍ତ୍ତ ନ ମାନନ୍ତି ତାହେଲେ ୟୁଜର୍ସଙ୍କ ଆକାଉଣ୍ଟ ବନ୍ଦ କରିଦିଆଯିବ ।

ଏହି ସର୍ତ୍ତ ସ୍ୱୀକାର କରିବା ପରେ ୟୁଜର୍ସ ପୁଣିଥରେ ପୂର୍ବଭଳି ହ୍ୱାଟ୍ସଆପ ବ୍ୟବହାର କରିପାରିବେ । ହ୍ୱାଟ୍ସଆପ୍ ଏହି ନୂଆ ପ୍ରାଇଭେସି ପଲିସୀକୁ ମେ’ ୧୫ ତାରିଖ ଯାଏଁ ସ୍ଥଗିତ ରଖିଛି ।

ଏକ ରିପୋର୍ଟ ଅନୁଯାୟୀ, ପ୍ରାଇଭେସି ପଲିସୀ ଅନୁଯାୟୀ ୟୁଜର୍ସ ସର୍ତ୍ତ ନ ମାନିଲେ ତାଙ୍କ ଆକାଉଣ୍ଟ ଡିଆକ୍ଟିଭେଟ କରିଦିଆଯିବ । ଏହିସବୁ ଆକାଉଣ୍ଟକୁ ୧୨୦ ଦିନ ପରେ ହଟାଇ ଦିଆଯାଇପାରେ । କଲ୍ ଓ ନୋଟିଫିକେସନ୍ କିଛି ଦିନ ଯାଏଁ କାମ କରିବ କିନ୍ତୁ କିଛି ସପ୍ତାହ ପରେ ଆଉ ଚାଲିବନି ।

ଅନେକ ୟୁଜର୍ସ ଏହି ନୂଆ ପଲିସୀକୁ ନେଇ ନକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ୟୁଜର୍ସ କହିଛନ୍ତି ହ୍ୱାଟ୍ସଆପ୍ ନିଜର ପ୍ୟାରେଣ୍ଟ କମ୍ପାନୀ ଫେସବୁକ୍ ସହ ମିଶି ଡାଟା ସେୟାର କରିବାକୁ ଯୋଜନା କରୁଛି । କିନ୍ତୁ ହ୍ୱାଟ୍ସଆପ୍ ସଫେଇ ଦେଇଛି ଯେ କମ୍ପାନୀ କୌଣସି ୟୁଜର୍ସଙ୍କ ଡାଟା ସେୟାର କରିବନି । ବ୍ୟବସାୟର ଦେୟ ସକ୍ଷମ କରିବା ନୂଆ ପଲିସୀର ଉଦ୍ଦେଶ୍ୟ ବୋଲି କମ୍ପାନୀ କହିଛି ।

Leave A Reply

Your email address will not be published.