Latest Odisha News

BREAKING NEWS

ହ୍ବିଲଚେୟାରରେ ଦିବ୍ୟାଙ୍ଗଙ୍କ ବଞ୍ଜି ଜମ୍ପିଂ, ଭୁରିଭୁରି ପ୍ରଶଂସା କଲେ ଗୌତମ ଆଦାନୀ

ଋଷିକେଶ: ହ୍ବିଲଚେୟାରରେ ଦିବ୍ୟାଙ୍ଗଙ୍କ ବଞ୍ଜି ଜପିଂ। ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ଗୁରୁବାର ତାଙ୍କ ଅଫିସିଆଲ୍ ‘ଏକ୍ସ’ ହ୍ୟାଣ୍ଡେଲ୍‌ରୁ ଜଣେ ଦିବ୍ୟାଙ୍ଗ କର୍ମଚାରୀଙ୍କ ଏକ ଭିଡିଓ ସେୟାର କରିଛନ୍ତି।

ଏହି ଭିଡିଓରେ ଆଦାନୀ ଗ୍ରୁପରେ କାମ କରୁଥିବା କେ ମେହେତାଙ୍କୁ ଉତ୍ତରାଖଣ୍ଡର ଋଷିକେଶରେ ବଞ୍ଜି ଜମ୍ପିଂ କରୁଥିବାର ଦେଖାଯାଉଛି। ଗୌତମ ଆଦାନୀ କେ ମେହେତାଙ୍କୁ ଏପରି ଏକ ଦୁଃସାହସିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରକାଶ କରିଛନ୍ତି।

ଗୌତମ ଆଦାନୀ ଏକ ପୋଷ୍ଟରେ ଲେଖିଛନ୍ତି, “ଅଧିକାଂଶ ଲୋକ ରୋମାଞ୍ଚ ପାଇଁ ଏହା କରିଥାନ୍ତି। ଆମର ନିଜସ୍ୱ ଆଦାନୀର କର୍ମଚାରୀ ‘କେ ମେହେତା’ ଏଭଳି କରିଛନ୍ତି। ଋଷିକେଶର ଉଚ୍ଚତାରୁ ତାଙ୍କ ହ୍ୱିଲଚେୟାର ସହ ସେ ଡେଇଁ ଏକ ଉଦାହରଣ ତିଆରି କରିଛନ୍ତି। ଆଉ ସେ ବିଶ୍ୱକୁ ଦେଖାଇଛନ୍ତି ଯେ କୌଣସି ପ୍ରତିବନ୍ଧକ, କୌଣସି ଭୟ, ଇଚ୍ଛାଶକ୍ତିକୁ ରୋକିପାରିବ ନାହିଁ।”

 

 

Comments are closed.