Latest Odisha News

କାହିଁକି ଦୀପାବଳିରେ ବାଣ ଫୁଟାନ୍ତିନି ମାଧୁରୀ, କାରଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ନିଜ ଦମଦାର ଅଭିନୟ ସହ ନିଜ ଡ୍ୟାନ୍ସ ଅନ୍ଦାଜରେ ଲୋକଙ୍କ ମନେର ଆଜି ବି ରାଜ କରୁଛନ୍ତି । ଅଭିନେତ୍ରୀଙ୍କ ଅନେକ ଫ୍ୟାନ ଫୋଲର୍ସ ରହିଛନ୍ତି । ତାଙ୍କର ଦମଦାର ଏକ୍ସପ୍ରେସନ୍ ପାଇଁ ତାଙ୍କୁ ଏକ୍ସପ୍ରେସନ୍ କୁଇନ୍ ମଧ୍ୟ କୁହାଯାଏ । ମାଧୁରୀଙ୍କ ଚଳଚ୍ଚିତ୍ର ଏବଂ ଗୀତଗୁଡିକୁ ଅନେକ ଲୋକ ପସନ୍ଦ କରନ୍ତି । ଏବେ ମାଧୁରୀ ଭୁଲ ଭୁଲେୟା ୩ ରେ ନଜର ଆସିଛନ୍ତି । ଦୀପାବଳି ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ଭୁଲ ଭୁଲେୟା ୩ । ତେବେ ଆଜି ଆମେ ଆପଣଙ୍କୁ ମାଧୁରୀ ସହ ଜଡିତ କିଛି ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଅଭିନେତ୍ରୀଙ୍କୁ ଅତ୍ୟନ୍ତ ଭୟଭୀତ କରିଦେଇଥିଲା ​।

ଏକ ସାକ୍ଷାତକାରରେ ଥରେ ମାଧୁରୀ କହିଥିଲେ ଯେ ତାଙ୍କ ପିଲାଦିନରେ ଦୀପାବଳି ସମୟରେ ତାଙ୍କ ସହିତ ଏପରି ଏକ ଦୁର୍ଘଟଣା ଘଟିଥିଲା ଯାହାକୁ ନେଇ ସେ ଖୁବ୍ ଭୟଭୀତ ହୋଇଯାଇଥିଲା ​​। ପିଲାବେଳେ ସେ ଥରେ ଦୀପାବଳୀରେ ନିଜ ସାଙ୍ଗମାନଙ୍କ ସହିତ ବାଣ ଫୁଟାଉଥିଲେ । ତା’ପରେ ତାଙ୍କର ଜଣେ ବନ୍ଧୁ ତାଙ୍କ ହାତରେ ବାଣ ଧରାଇ ଚାଲିଗଲେ । ସେତେବେଳେ ମାଧୁରୀଙ୍କୁ କୌଣସି ଖବର ନଥିଲା ଯେ କଣ ହେବ ।

ତାପରେ ବାଣଟି ଫୁଟି ମାଧୁରୀଙ୍କ କେଶରେ ନିଆଁ ଲାଗିଯାଇଥିଲା । ଏହା ପରେ ମାଧୁରୀଙ୍କୁ ତାଙ୍କର ସମ୍ପୁର୍ଣ୍ଣ କେଶ କାଟି ନଣ୍ଡା ହେବାକୁ ପଡିଥିଲା । ଯେଉଁଥିପାଇଁ ସେ ଅନେକ ଦିନ ଧରି ଘର ବାହାରକୁ ମଧ୍ୟ ଯାଇପାରିଲେ ନାହିଁ । ଜଳିଯାଇଥିବା ଅଂଶରେ କେଶ ଉଠିବାକୁ ଅନେକ ଦିନ ସମୟ ଲାଗିଥିଲା, ଯେଉଁଥିପାଇଁ ତାଙ୍କ ପରିବାର ଲୋକ ପୁରା ଚିନ୍ତିତ ହୋଇଯାଇଥିଲେ । ଏହି ଘଟଣା ମାଧୁରୀକୁ ବହୁତ ପ୍ରଭାବିତ କରିଥିଲା ​​। ସେବେଠାରୁ ମାଧୁରୀ ବାଣ ଫୁଟାଇବା ବନ୍ଦ କରିଦେଇଥିଲେ । ଏବେବି ମଧ୍ୟ ମାଧୁରୀ ବାଣ ନ ଫୁଟାଇ ଦୀପାବଳି ପାଳନ କରନ୍ତି ।

Leave A Reply

Your email address will not be published.