Latest Odisha News

ଏଇ କୁନି ଝିଅଟି କିଏ ? କାହିଁକି ପୁଟିନ ତାଙ୍କୁ ଏତେ ଗେହ୍ଲା କରୁଛନ୍ତି ?

ମସ୍କୋ: ୟୁକ୍ରେନ ଯୁଦ୍ଧକୁ ନେଇ ଚର୍ଚ୍ଚାରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କର ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡିଓକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । କାରଣ ପୁଟିନଙ୍କ ଅନେକ ଭିଡିଓ ସାମ୍ନାକୁ ଆସିଥାଏ  । କେତେବେଳେ ସେ ସୁରକ୍ଷା ପ୍ରତିଷ୍ଠାନ ବୁଲୁଥାନ୍ତି ତ କେଉଁଠି ସେନା ଅଧିକାରୀଙ୍କ ଗହଣରେ ବୁଲୁଥାନ୍ତି । ହେଲେ ଏବେ ପୁଟିନଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ଭିଡିଓରେ ପୁଟିନଙ୍କୁ ଛୋଟ ଶିଶୁ ସହ ଦେଖିବାକୁ ମିଳିଛି । ଛୋଟ ଝିଅକୁ ପୁଟିନ ଗେଲ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି, ୮ ବର୍ଷର ଝିଅଟିଏ ପୁଟିନଙ୍କୁ ଭେଟିବା ପାଇଁ ଆସୁଛନ୍ତି । ଦ୍ରୁତ ଗତିରେ ଝିଅଟି ଆସୁଛି । ପୁଟିନ ଝିଅଟିକୁ ଦେଖି ଗେହ୍ଲା କରିବା ସହ ତାକୁ କୋଳକୁ ଉଠାଇ ନେଇଉନ୍ତି । ତା’ପରେ ଝିଅଟକୁ ନିଜ ଚେୟାରରେ ବସାଉଛନ୍ତି । ଏହାପରେ ଝିଅଟିର ଦାବି ପୂରଣ କରବା ପରେ ସେଥିପାଇଁ ଫଣ୍ଡ ବି ଜାରି କରୁଛନ୍ତି ।

ଛୋଟ ପିଲା ଭଗବାନଙ୍କ ରୂପ । ପାଖରେ ବାପା-ମା’ ଥିଲେ ପିଲାଙ୍କର ନା ଥାଏ ଚିନ୍ତା ନା ଥାଏ କୌଣସି କଥାକୁ ଭୟ । ଛୋଟ ପିଲାଙ୍କ ମିଠା ମିଠା କଥା କଠୋର  ମନକୁ ବି ବଦଳାଇ ଦେଇପାରେ । ଏହି କଥା ପୁଣି ଥରେ ସତ ପ୍ରମାଣିତ ହୋଇଛି । କାରଣ ରୁଷର ଏହି ୮ ବର୍ଷର ଶିଶୁ ସବୁଠାରୁ କ୍ଷମତାଶାଳୀ ରାଷ୍ଟ୍ରପତିଙ୍କୁ ଭେଟୁଛନ୍ତି ଏବଂ ତାଙ୍କୁ ମନାଇ ପାରୁଛନ୍ତି । ଯାହା ପୂର୍ବରୁ କେହି କରି ପାରି ନ ଥିଲେ ଆଜି ତାହା ଏହି ଛାଟ ଝିଅଟି କରି ଦେଖାଇ ପାରିଛି ।

ଏହି ଛୋଟ ଝିଅର ନାଁ ରାୟସଜ ଅକିପୋଭା । କିଛି ଦିନ ତଳେ ପୁଟିନ ଯେତେବେଳେ ଦାଗିସ୍ତାନ ଗସ୍ତରେ ଯାଇଥିଲେ, ଭିଡ ଯୋଗୁ ଏହି ଶିଶୁଟି ପୁଟିନଙ୍କୁ ଭେଟି ପାରି ଥିଲା । ପୁଟିନଙ୍କୁ ଭେଟି ନ ପାରି ପୁଟିନ ଖୁବ କାନ୍ଦିଥିଲା । ତାର କାନ୍ଦୁରା ମୁହଁ ଖୁବ ଚର୍ଚ୍ଚାକୁ ଆସିଥିଲା । ଏହା ଜାଣିବା ପରେ ପୁଟିନ ଏହି ଶିଶୁ ସମେତ ତାଙ୍କ ପରିବାରକୁ ମସ୍କୋ ଡକାଇଥିଲେ । ପ୍ରୋଟୋକଲ ଭାଙ୍ଗି ସେ କୁନି ଝିଅଟି ପାଖକୁ ଯାଇ ଫୁଲ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ରାୟସଜ ନିଜ ଅଞ୍ଚଳର ବିକାଶମୂଳକ କାମ ପାଇଁ ଅନୁଦାନ ଯୋଗାଇ ଦେବାକୁ ଅନୁରୋଧ କରିଥିଲା । ପୁଟିନ ଝିଅର କଥା ରଖି ଅର୍ଥମନ୍ତ୍ରୀଙ୍କୁ ତୁରନ୍ତ ଫୋନ ଲଗାଇଥିଲେ ଏବଂ ଅନୁଦାନ ଯୋଗାଇ ଦେବାକୁ କହିଥିଲେ ।

ଭିଡିଓରେ ପୁଟି ଖୁବ ଦୟାଳୁ ଏବଂ ଝିଅଟି ପାଇଁ ଚିନ୍ତିତ ଥିବା ଦେଖିବାକୁ ମିଳିଛି ।

Comments are closed.