Latest Odisha News

BREAKING NEWS

ସ୍ତ୍ରୀ ଡିଭୋର୍ସ ମାଗିବାରୁ ସ୍ବାମୀ କହିଲେ ଆଗେ ମୋ କିଡନୀ ମତେ ଫେରାଅ, ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସାଧାରଣ ହୋଇଗଲାଣି । ଏହି ଝଗଡା ହେତୁ ଛାଡପତ୍ର ହାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଛୋଟ ଛୋଟ ପ୍ରସଙ୍ଗରେ ଲୋକମାନେ ଛାଡପତ୍ର ଦେବାକୁ ପଛଉନାହାନ୍ତି । ଛାଡପତ୍ର ସମୟରେ ସେଟେଲମେଣ୍ଟ ବା ଭରଣପୋଷଣ ପାଇଁ କଥା ହୋଇଥାଏ । ଏହି ସମୟ ମଧ୍ୟରେ ଟଙ୍କା, ଘର ଏବଂ କାର ସହିତ ଅନ୍ୟାନ୍ୟ ଜିନିଷର ଦାବି କରାଯାଇଥାଏ । କିନ୍ତୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଠାରୁ ଛାଡପତ୍ର ପାଇଁ ନୋଟିସ ପାଇବା ପରେ ତାଙ୍କୁ ଦାନ କରାଯାଇଥିବା କିଡନୀ ମାଗିଥିଲେ ।

ମିଡିଆ ସୂଚନା ମୁତାବକ, କିଛି ବର୍ଷ ପୂର୍ବେ ପତ୍ନୀଙ୍କ ଦୁଇଟି ଯାକ କିଡନୀ ଫେଲ୍ ହୋଇଥିଲା । ଏହି ସମୟ ମଧ୍ୟରେ ସ୍ୱାମୀ ତାଙ୍କ ଦୁଇଟି କିଡନୀ ମଧ୍ୟରୁ ଗୋଟିଏକୁ ତାଙ୍କ ପତ୍ନୀଙ୍କୁ ଦାନ କରିଥିଲେ । ସ୍ୱାମୀ ଦେଇଥିବା କିଡନୀ ଦ୍ବାରା ପତ୍ନୀଙ୍କୁ ନୂଆ ଜୀବନ ମିଳିପାରିଥିଲା ।

ବର୍ତ୍ତମାନ ଯେତେବେଳେ ପତ୍ନୀ ଛାଡପତ୍ର ମାଗିଛନ୍ତି ସ୍ୱାମୀ କହିଛନ୍ତି ଯେ, ସେ ଦେଇଥିବା କିଡନୀ ତାଙ୍କୁ ଫେରସ୍ତ କରନ୍ତୁ କିମ୍ବା ତାଙ୍କୁ ୧.୨ମିଲିୟନ୍ ପାଉଣ୍ଡ ଦିଅନ୍ତୁ । ଏହା ଭାରତୀୟ ଟଙ୍କାରେ ୧୨ କୋଟିରୁ ଅଧିକ ହେବ। ଏ ସମ୍ପର୍କରେ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ବର୍ତ୍ତମାନ ଏହା ଉପରେ କୋର୍ଟଙ୍କ ନିଷ୍ପତ୍ତି ମଧ୍ୟ ଆସିଛି ।

ଇଂରାଜୀ ନ୍ୟୁଜ୍ ୱେବସାଇଟ୍ ଡେଲି ଷ୍ଟାର ଅନୁଯାୟୀ, ଡାକ୍ତର ରିଚାର୍ଡ ବଟିସ୍ତା ନାମକ ଜଣେ ବ୍ୟକ୍ତି ୧୯୯୦ ମସିହାରେ ଡାନେଲ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଉଭୟଙ୍କ ବିବାହ ଭଲରେ ଚାଲିଥିଲା । ଦମ୍ପତିଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି । ଏହାପରେ ୨୦୦୧ ରେ, ରିଚାର୍ଡ ତାଙ୍କ ପତ୍ନୀ ଡାନେଲ କିଡନୀ ରୋଗରେ ପିଡିତ ହେଲେ ପରେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ଡାକ୍ତର କହିଲେ । ଏନେଇ ସ୍ବାମୀ ରିଚାର୍ଡ ତାଙ୍କ ପତ୍ନୀଙ୍କୁ ଗୋଟିଏ କିଡନୀ ଦାନ କରିଥିଲେ । ପରେ ତାଙ୍କ ପତ୍ନୀ ଡାନେଲା ସ୍ବାମୀ ରିଚାର୍ଡଙ୍କର ଅନ୍ୟ ସ୍ତ୍ରୀ ସହ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ଆଣି ଛାଡପତ୍ର ମାଗିଛନ୍ତି ।

ରିଚାର୍ଡଙ୍କର ଏପରି ଦାବି କୁ ମେଡିକାଲ ଏକ୍ସପର୍ଟ ମାନେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଅନ୍ୟପଟେ ଏହାକୁ କୋର୍ଟ ମଧ୍ୟ ଖାରାଜ କରିଛନ୍ତି । କୋର୍ଟ କହିଛନ୍ତି ଯେ, ସ୍ବମୀଙ୍କର ଏପରି ଦାବି ଆଇନ ବିରୁଦ୍ଧ ଅଟେ । ଏଥିପାଇଁ ସେ ମର୍ଡର କେସ୍ ରେ ମଧ୍ୟ ଫଶି ପାରନ୍ତି ।

Comments are closed.