Latest Odisha News

BREAKING NEWS

କେବେ ନେବେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଜାଣନ୍ତୁ…

ଭୁବନେଶ୍ୱର: ପ୍ରଥମ ଡୋଜର କେତେଦିନ ପରେ ନେଇ ହେବ ଦ୍ୱିତୀୟ ଡୋଜ୍ ଟିକା । ଏନେଇ ଲୋକଙ୍କ ମନେରେ ଦ୍ୱନ୍ଦ୍ୱ ଲାଗି ରହିଛି । ଅନ୍ୟପଟେ କୋ-ୱିନ୍ ପୋର୍ଟାଲରେ ଦ୍ୱିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ଜଣାଇଛନ୍ତି ।

ପ୍ରଥମ ଡୋଜ୍ କୋଭିସିଲ୍ଡ ନେଇଥିବା ବ୍ୟକ୍ତି ୪୨ ଦିନ ଅର୍ଥାତ୍ ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ନେବେ । ପୂର୍ବରୁ ଏହା ୪ ସପ୍ତାହ ବା ୨୮ ଦିନ ଥିଲା । ଏଥିରେ ସଂଶୋଧନ କରାଯାଇଛି । ଏବେ କୋ-ୱିନ୍ ପୋର୍ଟାଲରେ ସେହି ଅନୁସାରେ ଟିକା ନେବା ସମୟ ଚୟନ କରି ପାରିବେ ।

ପ୍ରଥମ ଡୋଜର ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ନେଇ ହେବ । ସେହିଭଳି କୋଭାକ୍ସିନ୍ ଟିକା ନେବାର ୨୮ରୁ ୪୨ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେଇ ହେବ ।

Leave A Reply

Your email address will not be published.