ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଆଜି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଅକ୍ଟୋବର ୫ରେ ଉଦଘାଟନୀ ମ୍ୟାଚ ଏବଂ ନଭେମ୍ବର ୧୯ରେ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହି କାର୍ଯ୍ୟସୂଚୀ ଭାରତ-ପାକିସ୍ତାନ ଯଦି ସେମିଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହୁଅନ୍ତି ତେବେ ଏହା କେଉଁଠାରେ ଆୟୋଜିତ ହେବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଭାରତ ଯଦି ସେମିରେ ପ୍ରବେଶ କରେ ତେବେ ମୁମ୍ବାଇରେ ମ୍ୟାଚ ଖେଳିବ । ଏଠାରେ ପ୍ରଥମରୁ ୪ର୍ଥ ସ୍ଥାନ ମଧ୍ୟରେ ରହିବା ନେଇ କୌଣସି ଫରକ ପଡିବ ନାହିଁ । ମାତ୍ର ଯଦି ପାକିସ୍ତାନ ସହ ଖେଳିବାକୁ ପଡେ ତେବେ ଭାରତ ଟିମକୁ କୋଲକାତା ଯିବାକୁ ପଡିବ ।
ଆଇସିସି ମୁତାବକ ପାକିସ୍ତାନ ତାର ସେମିଫାଇନାଲ ମ୍ୟାଚ କୋଲାକାତାରେ ଖେଳିବ ବୋଲି ଆଇସିସି ସ୍ପଷ୍ଟ କରି ସରିଛି । ମୁମ୍ବାଇରେ ପାକିସ୍ତାନକୁ ନେଇ ବିରୋଧ ହେବା ଆଶଙ୍କା ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୨୦୧୬ ଟି୨୦ ବିଶ୍ୱକପରେ ପାକିସ୍ତାନ ଧର୍ମଶାଳାରେ ମ୍ୟାଚ ଖେଳିବ ନାହିଁ ବୋଲି ମନା କରିବାରୁ ଏହାକୁ କୋଲକାତାକୁ ସ୍ଥାନାନ୍ତରିତ କରାଯାଇଥିଲା ।
Comments are closed.