Latest Odisha News

BREAKING NEWS

ଏଠାରେ ନେଇପାରିବେ ପାରାସୁଟର ମଜା…

ନୂଆଦିଲ୍ଲୀ : ଅନେକ ଲୋକ ଦୁଃସାହସିକ କାର୍ଯ୍ୟକଳାପ କରିବାକୁ ଭଲ ପାଆନ୍ତି  ।  ଯେପରିକି ପାହାଡ ଚଢିବା , ପାରାସୁଟ ଇତ୍ୟାଦି । ଭାରତରେ ଏପରି ଅନେକ ସ୍ଥାନ ରହିଛି , ଯେଉଁଠି ଆପଣମାନେ ଉତ୍ତମ ପାରାସୁଟର ମଜା ନେଇପାରିବେ  । ଆସନ୍ତୁ ସେପରି କିଛି ସ୍ଥାନ ସମ୍ପର୍କରେ ଜାଣିବା । ହିମାଚଳ ପ୍ରଦେଶରେ ରହିଛି ମନାଲି ।  ଯାହାକି ଭାରତର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ  । ଏଠାକାର ଚମତ୍କାର ଦୃଶ୍ୟ, ତୁଷାରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ।  ଏଠାରେ ଆପଣମାନେ ଉତ୍ତମ ପାରାସୁଟର ମଜା ନେଇପାରିବେ ।

ସେହିପରି ଉତ୍ତରପ୍ରଦେଶରେ ରହିଛି ନୈନିତାଲ  । ଏଠାକାର ପ୍ରାକୃତିକ ସବୁଜିମା ଏବଂ ଚମତ୍କାର ହ୍ରଦ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟେ । ଏଠାରେ ମଧ୍ୟ ଆପଣମାନେ ପାରାସୁଟ ଉପଭୋଗ କରିପାରିବେ । ଆଉ ଏକ ସ୍ଥାନ ହେଉଛି ଉତ୍ତରାଖଣ୍ଡରେ ଥିବା ମସୁରୀ  । ଏହି ସ୍ଥାନର ପରିଚୟ ଦେବାର କୌଣସି ଆବଶ୍ୟକତା ପଡିବ ନାହିଁ ।

ଏହା ହେଉଛି ଭାରତର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ।  ଏହା ଡେରାଡୁନ୍ ନିକଟରେ ଅବସ୍ଥିତ  ।  ସେହିପରି ଅନ୍ୟ ଏକ ସ୍ଥାନ ହେଉଛି ମହାରାଷ୍ଟ୍ରରେ ଥିବା ପଞ୍ଚଗାନି । ଏଠାକୁ ଆପଣମାନେ ଆପଣଙ୍କ ଛୁଟିଦିନ ଉପଭୋଗ କରିପାରିବେ ।  ଆପଣ ପଞ୍ଚଗାନିରେ ପାରାସୁଟ ଉପଭୋଗ କରିପାରିବେ ।  ଏହା ଏକ ସୁନ୍ଦର ହିଲ୍ ଷ୍ଟେସନ୍  । ପାହାଡ ଉପରେ ରହି ପୁରା ସବୁଜିମାକୁ ଉପଭୋଗ କରିପାରିବେ ।

Leave A Reply

Your email address will not be published.