ନୂଆଦିଲ୍ଲୀ: ଭାରତୀୟ ରେଳକୁ ଦେଶର ହୃଦୟ ବୋଲି କୁହାଯାଏ। ପ୍ରତିଦିନ ଏହା ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଥାଏ l କିନ୍ତୁ ଅନେକଥର ଟ୍ରେନରେ ମହିଳାଙ୍କ ପ୍ରତି ଅସଦାଚାରଣ ହେଉଥିବାର ଖବର ସାମ୍ନାକୁ ଆସେ l ଆଜିକାଲିର ସମୟରେ ଏକୁଟିଆ ମହିଳା ଟ୍ରେନ ଯାତ୍ରା କରିବାକୁ ବିପଦ ବୋଲି ମଧ୍ୟ ଭାବୁଛନ୍ତି l ତେବେ ଆଜି ଆମେ ଆପଣଙ୍କୁ ଦେଶର ଏପରି ଏକ ରେଳ ଜୋନ୍ ବିଷୟରେ କହିବାକୁ ଯାଉଛୁ ଯାହା ମହିଳାମାନଙ୍କ ପାଇଁ ଅସୁରକ୍ଷିତ ଅଟେ।
ଭାରତରେ ପ୍ରତିଦିନ ପ୍ରାୟ 2.3 କୋଟି ଲୋକ ଟ୍ରେନରେ ଯାତ୍ରା କରନ୍ତି। ସେଥିରୁ ମହିଳାଙ୍କ ସଂଖ୍ୟା ପ୍ରାୟ 53 ଲକ୍ଷ l ଏହା ବ୍ୟତୀତ ଟ୍ରେନରେ ମହିଳାଙ୍କ ସୁରକ୍ଷା ପାଇଁ ପ୍ରାୟ 6 ହଜାର ମହିଳା ପୋଲିସ ନିୟୋଜିତ ହୋଇଛନ୍ତି। କିନ୍ତୁ ଏହା ପରେ ମଧ୍ୟ ମହିଳାମାନେ ନିର୍ଯାତନା ତଥା ଅପରାଧର ଶିକାର ହେଉଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, 2019 ମସିହାରେ ଭାରତୀୟ ରେଲୱେ ପାଖରେ ମହିଳାଙ୍କ ବିରୋଧରେ ଅପରାଧର ସର୍ବାଧିକ 637 ଟି ମାମଲା ମହାରାଷ୍ଟ୍ରରୁ ରୁଜୁ ହୋଇଥିଲା l ସେହିପରି 2020 ରେ, ମହିଳାଙ୍କ ପ୍ରତି ଅପରାଧ ମାମଲା 134 ଥିବା ବେଳେ 2021ରେ 178ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ 22 ଟି ଦୁଷ୍କର୍ମ ମାମଲା ଥିଲା। ରିପୋର୍ଟ ଅନୁସାରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ କେରଳରେ ମହିଳାମାନେ ଟ୍ରେନରେ ବେଶୀ ଅସୁରକ୍ଷିତ। ରାଜ୍ୟଗୁଡିକର ଜିଆରପି ରେକର୍ଡ ଅନୁଯାୟୀ, 2019 ରେ ମହାରାଷ୍ଟ୍ରରେ ଟ୍ରେନରେ ଏବଂ ରେଳ ଷ୍ଟେସନରେ ମହିଳାଙ୍କ ପ୍ରତି ସର୍ବାଧିକ 194 ଅପରାଧିକ ମାମଲା ପଞ୍ଜିକୃତ ହୋଇଥିଲା। ସେହିପରି ଦ୍ଵିତୀୟ ସ୍ଥାନରେ ଥିଲା ଉତ୍ତରପ୍ରଦେଶ l ଉତ୍ତରପ୍ରଦେଶରେ ମହିଳାଙ୍କ ପ୍ରତି ଅପରାଧର 80 ଟି ମାମଲା ପଞ୍ଜିକୃତ ହୋଇଥିଲା। ସେହିପରି 73 ଟି ମାମଲା ସହିତ କେରଳ ତୃତୀୟ ସ୍ଥାନରେ ରହିଥିଲା।
ଯଦି ଆପଣ ଏକ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ କେହି ଆପଣଙ୍କୁ ଅସଦାଚରଣ କରୁଛନ୍ତି ତେବେ ତୁରନ୍ତ ସିକ୍ୟୁରିଟି ହେଲ୍ପଲାଇନ ନମ୍ବର 139 ସହିତ ଯୋଗାଯୋଗ କରିପାରିବେ l ଏହି ନମ୍ବର 24 ଘଣ୍ଟା କାର୍ଯ୍ୟକ୍ଷମ ଅଟେ l ଏହା ବ୍ୟତୀତ ପୀଡିତ ମହିଳାମାନେ ଭାରତୀୟ ରେଳବାଇର ‘ରେଲ ମଦଦ’ ପୋର୍ଟାଲ https://railmadad.indianrailways.gov.in/madad/final/home.jsp ରେ ସିଧାସଳଖ ଅଭିଯୋଗ କରିପାରିବେ । ଏହି ପୋର୍ଟାଲରେ ଅଭିଯୋଗ ଦାଖଲ କରିବାକୁ, ଆପଣଙ୍କୁ ଆପଣଙ୍କର PNR ନମ୍ବର ପ୍ରଦାନ କରିବାକୁ ପଡିବ ଏବଂ ଘଟଣା ବିଷୟରେ ଲିଖିତ ଆକାରରେ ସୂଚନା ଦେବାକୁ ପଡିବ l
Comments are closed.