Latest Odisha News

BREAKING NEWS

ବିରଳ ଧଳା ରଙ୍ଗର ମୟୂର, ଲୋକେ ଦେଖି ଆଶ୍ଚର୍ଯ୍ୟ

ଭାରତର ଜାତୀୟ ପକ୍ଷୀ ହେଉଛି ମୟୂର । ଏହା ଦେଖିବାକୁ ବହୁତ ସୁନ୍ଦର । ମୟୂରକୁ ଦେଖିଲେ ମନ ଖୁସି ହୋଇଯାଏ । ବିଶେଷକରି ଶ୍ରାବଣ ମାସରେ ମୟୁରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଇଥାଏ । ଯେତେବେଳେ ବର୍ଷା ଆସେ ସେମାନେ ପୁଚ୍ଛ ମେଲାଇ ନାଚିବା ଆରମ୍ଭ କରନ୍ତି । ଆଉ ଏହି ଦୃଶ୍ୟକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର । ସାଧାରଣତଃ ସବୁଜ ରଙ୍ଗର ମୟୂର ଆପଣ ଦେଖିଥିବେ, କିନ୍ତୁ ଧଳା ରଙ୍ଗର ମୟୂର କେବେ ଦେଖିଛନ୍ତି ? ଏବେ ସୋସିଆଲ ମିଡିଆରେ ଧଳା ମୟୂରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏକ ମୟୂର ନଜରକୁ ଆସୁଛି, ଯାହାର ତଳପାଶ୍ୱର୍ ସବୁଜ ଥିବା ବେଳେ ଉପର ଭାଗ ସମ୍ପୂର୍ଣ୍ଣ ଧଳା । ଏହା ଏକ ବିରଳ ମୟୂର, ଯାହା ସହଜରେ ଦୃଶ୍ୟମାନ ହୁଅନ୍ତି ନାହିଁ । ସାଧାରଣତଃ ମୟୂର ଦେଖିବାକୁ ସବୁଜ ରଙ୍ଗର ହୋଇଥାନ୍ତି, ଆଉ ଏହି ଧଳା ରଙ୍ଗର ବିରଳ ମୟୂର ଦେଖି ଲୋକେ ଚକିତ ହୋଇଯାଇଛନ୍ତି । ମୟୂରଟି ଯେତେବେଳେ ତାର ଧଳା ପୁଚ୍ଛ ମେଲାଉଛି, ତାହା ଲୋକଙ୍କ ମନ ମୋହୁଛି ।

ଏହିି ମୟୂରଗୁଡ଼ିକ ଆଲବିନୋସ୍ ନାମକ ଏକ ରୋଗରେ ଆକ୍ରାନ୍ତ ହେବା ଫଳରେ ସେମାନଙ୍କ ଚର୍ମ ଓ ପୁଚ୍ଛ ଧଳା ହୋଇଯାଏ । ଏମାନେ କେବଳ ପ୍ରାକୃତିକ ରଙ୍ଗରେ ହିଁ ଜନ୍ମ ହୋଇଥାନ୍ତି । କିନ୍ତୁ ଏହି ରୋଗର ଶିକାର ହେତୁ ସେମାନଙ୍କର ରଙ୍ଗ ଧଳା ହୋଇଯାଏ । ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ମୟୂର ହେଉଛି ଆଲବିନୋ । ଯାହା ବି ହେଉ ଏହି ମୟୂରର ଭିଡ଼ିଓ ଅନେକ ଲୋକଙ୍କୁ ପସନ୍ଦ ଆସିଛି ।

Comments are closed.