Latest Odisha News

BREAKING NEWS

WHOର ଚାଞ୍ଚଲ୍ୟକର ତଥ୍ୟ, ବିଶ୍ୱର ୧୦% ଜନସଂଖ୍ୟାକୁ କରୋନା

ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚାଂଚଲ୍ୟକର ତଥ୍ୟ । ବିଶ୍ୱରେ ପ୍ରାୟ ୧୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ତେଣୁ ସାରା ବିଶ୍ୱରେ କୋଭିଡ-୧୯ ଭୂତାଣୁର ସ୍ଥିତି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ପ୍ରାୟ ୭୬ କୋଟି ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି ।

ୱାର୍ଲ୍ଡ କରୋନାମିଟରର ହିସାବ ଅନୁସାରେ ବର୍ତ୍ତମାନ ଯାଏଁ ବିଶ୍ୱରେ ୩ କୋଟି ୫୪ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । କିନ୍ତୁ ପ୍ରକୃତରେ ଏହା ୨୦ ଗୁଣରୁ ଅଧିକ ହୋଇପାରେ । ଯଦି ଭାରତ ପାଇଁ ଏହି ତଥ୍ୟ ଠିକ୍ ହୋଇଥାଏ ତେବେ ପ୍ରାୟ ୧୩ କୋଟି ଲୋକଙ୍କୁ ଏହା ସଂକ୍ରମିତ କରିଥାଇପାରେ । ଏବଂ ଯଦି ଓଡ଼ିଶା ପାଇଁ ଏହି ଆଧାରରେ ଆକାଳନ କରାଯାଇପାରେ ତେବେ ରାଜ୍ୟରେ ଏଯାଏଁ ୪୫ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ।

Leave A Reply

Your email address will not be published.