Latest Odisha News

BREAKING NEWS

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ନୂଆଦିଲ୍ଲୀ: ଏମ୍‌ପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ମଞ୍ଜୁରୀ ମିଳିଛି।  ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା ଏହି ରୋଗକୁ ଜନସ୍ବାସ୍ଥ୍ୟ ଏମର୍ଜେନ୍ସି ଭାବରେ ଘୋଷଣା କରାଯାଇଛି। ଏହି ରୋଗରେ ରୋଗୀକୁ ଜ୍ୱର ହେବା ସହ ଚର୍ମରେ ଫଳିଯିବା ଭଳି ଲକ୍ଷଣ ଦେଖାଯାଇଥାଏ।

ଏମ୍‌ପକ୍ସ ପରୀକ୍ଷା କିଟ୍‌ର ନାମ ଆଲିନିଟି ଏମ୍‌ ଏମ୍‌ପିଏକ୍ସଭି ବୋଲି ଜଣାଯାଇଛି । ଏହି କିଟ୍‌କୁ ଆବଟ୍ ମଲିକୁଲାର ସଂସ୍ଥା ତିଆରି କରିଛି। ଜରୁରୀକାଳିନ ପରିସ୍ଥିତିରେ ଏହି କିଟ୍‌କୁ ବ୍ୟବହାର କରାଯିବାକୁ ମଞ୍ଜୁରୀ ମିଳିଛି। ଆଫ୍ରିକାରେ ଏମପକ୍ସ ବହୁଳ ମାତ୍ରାରେ ବ୍ୟାପୁଥିବାରୁ, ସେଠାରେ ଏହି ରୋଗ ଚିହ୍ନଟ କରାଯିବାର ଆବଶ୍ୟକତା ରହିଛି। ସଠିକ ସମୟରେ ରୋଗର ଚିହ୍ନଟ ହୋଇପାରିଲେ ଉପଯୁକ୍ତ ଚିକିତ୍ସା କରାଯିବା ସହ ସଂକ୍ରମଣକୁ ରୋକାଯାଇପାରିବ।

Comments are closed.