Latest Odisha News

ଟି୨୦ରେ ରୋହିତ, ବିରାଟଙ୍କ ସ୍ଥାନ କିଏ ନେବ

କିଙ୍ଗଷ୍ଟନ ଓଭାଲ: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଟି୨୦ ବିଶ୍ୱକପ ୨୦୨୪ର ଟାଇଟଲ ହାସଲ କରିଛି । ଏହା ପରେ ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ଏବେ ସେମାନଙ୍କ ସ୍ଥାନ କିଏ ଭରଣା କରିବ ସେ ନେଇ ଆଲୋଚନା ଜୋର ଧରିଛି । ଆସନ୍ତୁ ନଜର ପକାଇବ କେଉଁ ଖେଳାଳିମାନେ ସେମାନଙ୍କ ସ୍ଥାନ ପୂରଣ କରିପାରିବେ.. ।

ଯଶସ୍ୱୀ ଜୈସୱାଲ: ୨୦୨୩ରେ ଯଶସ୍ୱୀ ଜୈସୱାଲ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରିଥିଲେ । ଏ ପର୍ଯ୍ୟନ୍ତ ସେ ୧୭ ମ୍ୟାଚ ଖେଳି ୧୬୧.୯୩ ଷ୍ଟ୍ରାଇକ ରେଟରେ ୫୦୨ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ସାମିଲ ।
ଶୁଭମନ ଗିଲ: ଦିନିକିଆ ବିଶ୍ୱକପ ୨୦୨୩ରେ ରୋହିତ ଶର୍ମାଙ୍କ ସହ ଶୁଭମନ ଗିଲ ଓପନିଂ ବ୍ୟାଟିଂ କରିଛନ୍ତି । ୨୦୨୩ରେ ସେ ଶ୍ରୀଲଙ୍କା ବିପକ୍ଷରେ ଆନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରିଥିଲେ । ସେ ୧୪ ମ୍ୟାଚରୁ ୩୩୫ ରନ ସଂଗ୍ରହ କରିଛନ୍ତି । ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ସେ ୧୪୭.୫୭ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଛନ୍ତି । ଜିମ୍ବାୱେ ଗସ୍ତରେ ସେ ଭାରତର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।


ଅଭିଷେକ ଶର୍ମା: ୨୦୧୮ରେ ୧୯ ବର୍ଷରୁ କମ ବିଶ୍ୱକପ ବିଜେତା ଦଳର ସଦସ୍ୟ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଆଇପିଏଲ ୨୦୨୪ରେ ସେ ତାଙ୍କ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି । ସେ ଆଇପିଏଲରେ ୧୬ ମ୍ୟାଚରେ ୪୮୪ ରନ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ସେ ଆବଶ୍ୟକ ପଡିଲେ ସ୍ପିନ ବୋଲିଂ ମଧ୍ୟ କରିଥାନ୍ତି ।

କେଏଲ ରାହୁଲ: ଟି୨୦ ବିଶ୍ୱକପ ୨୦୨୨ ପରଠାରୁ ଫର୍ମ ଏବଂ ଆଘାତ ସମସ୍ୟା ଯୋଗୁ କେଏଲ ରାହୁଲ ଟିମ ଇଣ୍ଡିଆର ନିୟମିତ ସଦସ୍ୟ ହୋଇ ପାରି ନାହାନ୍ତି । ରୋହିତ ଓ କୋହଲିଙ୍କ ଅନୁପସ୍ଥିତିରେ ସେ ଦଳର ଅଭିଜ୍ଞ ଖେଳାଳି ଦାୟିତ୍ୱ ତୁଲାଇବେ । ଏହା ବ୍ୟତୀତ ସେ ଭଲ ୱିକେଟ କିପର ଭାବେ ପରିଚିତ । ୭୨ ଟି୨୦ରେ ସେ ୨୨୬୫ ରନ କରିଛନ୍ତି । ଏଥିରେ ୨ ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ ।

ରିତୁରାଜ ଗାଏକ୍ୱାଡ: ଭାରତ ପକ୍ଷରୁ ରିତୁରାଜ ଗାଏକ୍ୱାଡ ୧୯ଟି ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିଛନ୍ତି । ୧୪୦.୦୫ ଷ୍ଟ୍ରାଇକ ରେଟରେ ସେ ୫୦୦ ରନ କରିଛନ୍ତି ।
ଈଶାନ କିଶାନ: ୨୮ ନଭେମ୍ବର ୨୦୨୩ ପରଠାରୁ ଈଶାନ କିଶାନ ଭାରତ ପକ୍ଷରୁ ଆଉ ଟି୨୦ ମ୍ୟାଚ ଖେଳି ନାହାନ୍ତି । ୩୨ ଟି୨୦ରେ ସେ ୭୯୬ ରନ ସଂଗ୍ରହ କରିଛନ୍ତି । ସୁଯୋଗ ମିଳିଲେ ସେ ମଧ୍ୟ ଓପନର ଦାୟିତ୍ୱ ସୁଚାରୁରୂପେ ତୁଲାଇ ପାରିବେ ।

Leave A Reply

Your email address will not be published.