Latest Odisha News

BREAKING NEWS

ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: WHO

ନୂଆଦିଲ୍ଲୀ: ବିଶ୍ୱରେ ମହାମାରୀ କରୋନା ନେଇ ଆତଙ୍କ ଖେଲିଛି । ଦିନ ଗଡିବା ସହ ଭାଇରସରେ ସଂକ୍ରମଣ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି କୋଭିଡ଼-୧୯ । ଏହି ମହାମାରୀକୁ ପ୍ରତିହତ କରିବା ନେଇ ବିଶ୍ୱର ଅନେକ ଦେଶ ଭ୍ୟାକ୍‌ସିନ୍ ପ୍ରସ୍ତୁତ କରିବା ଦୌଡରେ ରହିଛି । କିନ୍ତୁ କେବେ ଭ୍ୟାକ୍‌ସିନ୍ ଆସିବ , ସେନେଇ କିଛି ସ୍ପଷ୍ଟ ତଥ୍ୟ ମିଳିନଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ସୂଚନା ଦେଇଛି । ଯାହାକି ଏକ ଆଶ୍ୱସ୍ତିକର ଖବର ବୋଲି ମନେ କରାଯାଉଛି ।

ଚଳିତ ବର୍ଷ ଶେଷ ସୁଦ୍ଧା ଆସିବା କରୋନା ଟିକା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଏନେଇ ସୂଚନା ଦେଇଛନ୍ତି । ମହାମାରୀ ଉପରେ କାର୍ଯ୍ୟନିର୍ବାହୀ ବୋର୍ଡର ଦୁଇ ଦିନିଆ ବୈଠକ ଶେଷରେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍  କହିଛନ୍ତି ଯେ କରୋନା ଦୂର ପାଇଁ ଆମର ଟିକା ଆବଶ୍ୟକ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଆମର ପାଖରେ ଟିକା ପହଞ୍ଚିପାରେ । ଯେତେବେଳେ ଟିକା ଉପଲବ୍ଧ ହେବ ସେତେବେଳେ ସମସ୍ତଙ୍କୁ ଟିକା ବଣ୍ଟନ ନେଇ ସୁନିଶ୍ଚିତ କରାଯିବ ବୋଲି ସେ ଆଶ୍ୱସନା ଦେଇଛନ୍ତି।

୯ଟି ଭ୍ୟାକ୍ସିନ ପରୀକ୍ଷଣ ପଯର୍ୟାୟରେ ଅଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭାକ୍ସ ଗ୍ଲୋବାଲ ଫାସିଲିଟି ଦ୍ୱାରା ୨୦୨୧ ଶେଷ ସୁଦ୍ଧା ୨ ଶହ କୋଟି ଡୋଜ୍ ବିତରଣ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି। ମୋଟ୍ ୧୭୨ଟି ଦେଶ WHOର କୋଭାକ୍ସ ପଦକ୍ଷେପରେ ଯୋଗ ଦେଇଛନ୍ତି। ତେବେ ଆମେରିକା, ଋଷିଆ ଏବଂ ଚୀନ୍ ସମେତ କେତେକ ଦେଶ ନିଜସ୍ୱ ଟିକା ସୁରକ୍ଷିତ ରଖିବା ପାଇଁ ଏହି ସୁବିଧାରେ ଯୋଗଦେବାକୁ ମନା କରି ଦେଇଛନ୍ତି।

Leave A Reply

Your email address will not be published.