ନୂଆଦିଲ୍ଲୀ: ଆଇପିଏଲ ଯେତେ ନିକଟତର ହେଉଛି ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ୨୮ରୁ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଆଇପିଏଲର ୧୯ତମ ସିଜନ ପୂର୍ବରୁ ଆସନ୍ତୁ ଜାଣିବା କେଉଁ ଖେଳାଳି ସର୍ବାଧିକ ଥର ୪୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ଏହି ତାଲିକାରେ ଆରସିବିର ଷ୍ଟାର ଖେଳାଳି ବିରାଟ କୋହଲି ଆଗରେ ରହିଛନ୍ତି । ସେ ୧୧ଥର ବ୍ୟକ୍ତିଗତ ଭାବେ ଗୋଟିଏ ସିଜନରେ ୪୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ସୁରେଶ ରାଇନା, ରୋହିତ ଶର୍ମା, ଶିଖର ଧାୱନ ଓ ଡେଭିଡ ୱାର୍ଣ୍ଣର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ସେମାନେ ୯ଥର ଲେଖାଏଁ ଏହି ସଫଳତା ହାସଲ କରିଛନ୍ତି । ଲୋକେଶ ରାହୁଲ(୭ଥର) ଓ ଏବି ଡିଭିଲର୍ସ, ଶ୍ରେୟାଶ ଆୟାର ଓ ଶୁଭମନ ଗିଲ ୬ଥର ଲେଖାଏଁ ୪୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି । ଶ୍ରେୟାଶ ଆୟାର, କୋହଲି, ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ନିକଟରୁ ପୂନର୍ବାର ଏହି ଭଳି ପ୍ରଦର୍ଶନ ଆଶାରେ ପ୍ରଶଂସକମାନେ ରହିଛନ୍ତି । ଅନ୍ୟ ଖେଳାଳିମାନେ ଅବସର ଘୋଷଣା କରି ସାରିଛନ୍ତି ।